ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଓମାନ, ଫ୍ରାନ୍ସ ଏବଂ ମାଲେସିଆର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କୂଟନୀତି ଏବଂ ଆଞ୍ଚଳିକ ସ୍ଥିରତା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓମାନର ସୁଲତାନ ହାଇଥାମ ବିନ୍ ତାରିକଙ୍କ ସହ ମଧ୍ୟ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, "ମୋର ଭାଇ ସୁଲତାନ ହାଇଥାମ ବିନ୍ ତାରିକଙ୍କ ସହ ମୋର ଭଲ ଆଲୋଚନା ହୋଇଛି ଏବଂ ଓମାନର ଲୋକମାନଙ୍କୁ ଆଗୁଆ ଇଦ୍ ଶୁଭେଚ୍ଛା ଜଣାଉଛି।
ପିଏମ ମୋଦୀ କହିଛନ୍ତି, ଉତ୍ତେଜନା ହ୍ରାସ କରିବା ଏବଂ ପରବର୍ତ୍ତୀ ସମୟରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦିଆଯିବା ଉପରେ ଆମର ସହମତି ପ୍ରକାଶ ପାଇଛି। ଏହା ସହ ଓମାନର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନକୁ ଭାରତ ଦୃଢ ନିନ୍ଦା କରୁଛି। ଭାରତୀୟ ନାଗରିକଙ୍କ ସମେତ ହଜାର ହଜାର ଲୋକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ସହଜ କରିବା ପାଇଁ ଓମାନର ପ୍ରୟାସକୁ ପ୍ରଶଂସା କରିଛନ୍ତି। ଭାରତ ଏବଂ ଓମାନ ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ମୁକ୍ତ ନୌଚାଳନାକୁ ସମର୍ଥନ କରୁଛନ୍ତି ବୋଲି ପିଏମ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା
ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ମଧ୍ୟ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖିଛନ୍ତି ଯେ, ସେ ତାଙ୍କ ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଉତ୍ତେଜନା ହ୍ରାସ କରିବା ପାଇଁ ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଛନ୍ତି। ଆଲୋଚନା ଏବଂ କୂଟନୀତିକୁ ଜରିଆରେ ଉତ୍ତେଜନା ହ୍ରାସ ଉପରେ ଦୁଇ ନେତା ଗୁରୁତ୍ଵ ଦେଇଛନ୍ତି।
ମାଲେସିଆର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା
ପ୍ରଧାନମନ୍ତ୍ରୀ ମୋଦୀ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହି ସମୟରେ ସେ ମାଲେସିଆର ଜନସାଧାରଣଙ୍କୁ ହରି ରାୟ ଐଦିଲଫିତ୍ରୀର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ମୁଁ ମୋର ବନ୍ଧୁ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ କଥା ହୋଇ ଆଗାମୀ ହରି ରାୟ ଐଦିଲଫିତ୍ରୀ ପର୍ବ ପାଇଁ ତାଙ୍କୁ ଏବଂ ମାଲେସିଆର ଜନସାଧାରଣଙ୍କୁ ମୋର ହୃଦୟର ସହିତ ଶୁଭେଚ୍ଛା ଜଣାଉଛି। ଆମେ ପଶ୍ଚିମ ଏସିଆର ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରିଛୁ। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଉତ୍ତେଜନା ହ୍ରାସ କରିବା ଏବଂ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆମେ ପ୍ରତିବଦ୍ଧ ଥିବା ମୋଦୀ କହିଛନ୍ତି।