ସାମ୍ବାଦିକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ହତ୍ୟାକାରୀ । ୨୦୦୮ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଆଜି ପାଞ୍ଚ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଦିଲ୍ଲୀର ଏକ କୋର୍ଟ ମଧ୍ୟ ଅଭିଯୁକ୍ତଙ୍କୁ ଲୁଟ୍ ଏବଂ ମହାରାଷ୍ଟ୍ର ନିୟନ୍ତ୍ରଣ ସଂଗଠିତ ଅପରାଧ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛି ।
୨୦୦୮ ସେପ୍ଟେମ୍ବର ୩୦ରେ ୨୫ ବର୍ଷୀୟ ସାମ୍ବାଦିକ ସୌମ୍ୟା ଅଫିସରୁ ଫେରୁଥିବା ସମୟରେ ଦିଲ୍ଲୀର ବସନ୍ତ ବିହାରରେ ତାଙ୍କୁ ହତ୍ୟା କରାଯାଇଥିଲା। ପରେ ତାଙ୍କ କାରରେ ତାଙ୍କ ମୃତଦେହ ମିଳିଥିଲା। ସୌମ୍ୟାଙ୍କୁ ନ୍ୟାୟ ଦେବା ପାଇଁ ଓ ଦୋଷୀକୁ ଦଣ୍ଡ ଦେବେପାଇଁ ତାଙ୍କୁ ମାଆ ଅଭିଯୋଗ କରିବା ସହ ଆପ୍ରାଣ ଚେଷ୍ଟା ମଧ୍ୟ କରିଛନ୍ତି । ଏହି ମାମଲାରେ ଗତ ୧୩ ବର୍ଷ ମଧ୍ୟରେ ୩୨୦ଟି ଶୁଣାଣି ହୋଇଛି। ଦୀର୍ଘ ୧୫ ବର୍ଷ ପରେ ସୌମ୍ୟାଙ୍କୁ ନ୍ୟାୟ ମିଳିପାରିଛି । ବିଚାର ପରେ ଗଣମାଧ୍ୟମକୁ ସୂଚନା ଦେଇ ସୌମ୍ୟାଙ୍କ ମା କହିଛନ୍ତି ଯେ ଆମେ ଆମ ଝିଅକୁ ହରାଇଛୁ, କିନ୍ତୁ ଏହା ଅନ୍ୟମାନଙ୍କ ପାଇଁ ପ୍ରତିରୋଧକ କାର୍ଯ୍ୟ କରିବ। ସେ କହିଛନ୍ତି ଯେ ଦୋଷୀମାନଙ୍କ ପାଇଁ ସେ ଆଜୀବନ କାରାଦଣ୍ଡ ଚାହୁଁଛନ୍ତି।
ଅଧିକ ପଢନ୍ତୁ :ଟଙ୍କା ପାଇଁ ଜେଜେ ମା' କୁ ହତ୍ୟା କଲା ନାତି