ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା । ଟଙ୍କା ପାଇଁ ନାତି ନିଜ ହାତରେ ହତ୍ୟା କରିଛି ନିଜ ଜେଜେ ମା' କୁ । ଟଙ୍କା ପାଇଁ ମଣିଷ ରାକ୍ଷାସ ପାଲଟିଯାଏ ତାର ଚୂଡାନ୍ତ ଉଦାହରଣ ହେଉଛି ଉତ୍ତରପ୍ରଦେଶରେ ଘଟିଥିବା ଏ ଘଟଣା । ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଲକ୍ଷ୍ନୌରେ ନାତି ଟଙ୍କା ପାଇଁ ଜେଜେ ମା' କୁ ହତ୍ୟା କରିଛି । ରବିବାର ନାତି ମଦ ପିଇବା ପାଇଁ ଜେଜେ ମା'କୁ ଟଙ୍କା ମାଗିଥିଲା । ଜେଜେ ମା' ଟଙ୍କା ଦେବାକୁ ମନା କରିବାରୁ ନାତି ଜେଜେ ମା’ର ତଣ୍ଟି ଚିପି ଥିଲା । ଯାହାଫଳରେ ଜେଜେ ମା’ର ଜୀବନ ଚାଲିଯାଇଥିଲା । ତା ପରେ ନାତି ଜେଜେ ମା’ ହାତରେ ପିନ୍ଧିଥିବା ସୁନାର ଚୁଡିକୁ ନେବା ସହିତ ଘରେ ଥିବା ଟଙ୍କା ମଧ୍ୟ ନେଇ ଘରୁ ଫେରାର ହୋଇଯାଇଥିଲେ ନାତି ।
ପୋଲିସଙ୍କ ସୂଚନା ଅନୁସାରେ, ନାତି ନିଜ କୁକର୍ମ ଫଳରୁ ରକ୍ଷା ପାଇବା ପାଇଁ ପୂର୍ବ ସିମ କାର୍ଡ ପରିବର୍ତ୍ତେ ଏକ ନୂଆ ସିମ କାର୍ଡ ବ୍ୟବହାର କରୁଥିଲା ଯେ, ପୋଲିସ ତାହାର ସନ୍ଧାନ ପାଇ ପାରିବ ନାହିଁ । କିନ୍ତୁ ପୋଲିସ ମୋବାଇଲର ଇଏମଆଇ ନମ୍ବର ଦ୍ୱାରା ଅପରାଧୀ ନାତିକୁ ଖୋଜୁଥିଲା । ବହୁ ଖୋଜଖୋଜି ପରେ ପୋଲିସ ଅପରାଧୀର ସନ୍ଧାନ ପାଇଥିଲା । ଅପରାଧୀକୁ ପୋଲିସ ଧରି ସାରିବା ପରେ ବି ଅପରାଧୀ ନିଜ ଜେଜେ ମା'କୁ ହତ୍ୟା କରିଛି ବୋଲି ମାନି ନ ଥିଲା । ପୋଲିସର ବହୁ ପଚରାଉଚରା ପରେ ଅପରାଧୀ ନିଜ ଅପରାଧ ମାନିଥିଲା । ଆଉ କହିଥିଲା କି, ଜେଜେ ମା' ଟଙ୍କା ନ ଦେବାରୁ ସେ ଜେଜେ ମା'କୁ ହତ୍ୟା କରିଛି । ପୋଲିସ ଅପରାଧୀ ପାଖରୁ ସୁନା ଚୁଡ଼ି ଓ କିଛି ପଇସା ଜବତ କରିଛି । ପୋଲିସ ଅପରାଧୀର ଏଭଳି କାର୍ଯ୍ୟ ପାଇଁ ମଧ୍ୟ ତାକୁ ଉଚିତ ଦଣ୍ଡ ଦେବ ।
ଆଗକୁ ପଢ଼ନ୍ତୁ : ୯୨ ବର୍ଷୀୟା ବୃଦ୍ଧାଙ୍କୁ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ