ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଘରେ ଏକୁଟିଆ ରହୁଥିବା ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କୁ ଗଳା କାଟି ହତ୍ୟା କରିଛନ୍ତି କିଛି ଦୁର୍ବୁତ୍ତମାନେ । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇ ନ ଥିବା ସୂଚନା ମିଳିଛି। ଘରେ କୌଣସି ଲୁଟପାଟ ହୋଇ ନ ଥିବାରୁ କୌଣସି ଶତ୍ରୁତାକୁ ନେଇ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ବୃଦ୍ଧାଙ୍କୁ ହତ୍ୟା କରିଛି ତାହାକୁ ଖୋଜି କାଢ଼ିବା ପାଇଁ ଏବେ ପୁଲିସ୍ ଛାନଭିନ ଚଳାଇଛି।
ମିଳିଥିବା ସୂଚନାନୁଯାୟୀ, ବୃଦ୍ଧାଙ୍କ ୪ ପୁଅଙ୍କ ମଧ୍ୟରୁ ଜଣେ ପରିବାର ସହ ଲଣ୍ଡନରେ ରହୁଥିବା ବେଳେ ଅନ୍ୟ ୩ ଜଣ ପରିବାର ସହ ଅନ୍ୟତ୍ର ରହୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଫରେନ୍ସିକ ଡିପାର୍ଟମେଣ୍ଟର ଡେପୁଟି ଡାଇରେକ୍ଟର ଭାବେ ଅବସର ନେଇ ସାରିଥିବା ବେଳେ ପରିବାର ସହ ଲକ୍ଷ୍ନୌରେ ଅନ୍ୟତ୍ର ରହୁଥିଲେ। ବୃଦ୍ଧାଜଣକ ନିଜ ଘରେ ଏକୁଟିଆ ରହୁଥିବା ବେଳେ ଘଟଣା ଦିନ ସକାଳେ ପରିବାର ଲୋକେ ତାଙ୍କ ସହ ଫୋନରେ କଥା ହୋଇଥିଲେ। ମାତ୍ର ସନ୍ଧ୍ୟା ବେଳେ ବାରମ୍ବାର କଲ୍ କରିବା ସତ୍ତ୍ୱେ ସେ ଆଉ ଫୋନ୍ ଉଠାଇ ନ ଥିଲେ। ଏନେଇ ପରିବାର ଲୋକେ ପଡ଼ୋଶୀଙ୍କୁ ଫୋନ୍ କରିବାରୁ ସେମାନେ ଘରକୁ ଯାଇ ଯାହା ଦେଖିଲେ ତାଜୁବ ହୋଇଗଲେ। କାରଣ ଘରର ଚଟାଣରେ ବୃଦ୍ଧାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା। ଖବର ପାଇ ପରିବାର ଲୋକେ ଓ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ : ଶୋଇଥିବା ବେଳେ ଯୁବକଙ୍କୁ ନିର୍ମମ ହତ୍ୟା