ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଗୁଲାବ ଦେବୀ ଦୁର୍ଘଟଣାର ଶୀକାର ହୋଇଛନ୍ତି । ୟୁପିର ହାପୁଡ଼ ଏନ୍ଏଚ୍- 9 ରେ ଛିଜରସି ଚୌକି ନିକଟରେ ମନ୍ତ୍ରୀଙ୍କ କାରକେଡ୍ ଭିତରକୁ ଆଉ ଏକ କାର୍ ପଶି ଆସିଥିଲା । ଫଳରେ ଦୁର୍ଘଟଣା ଘଟିଥିଲା। ରାଷ୍ଟ୍ରମନ୍ତ୍ରୀ ଗୁଲାବ ଦେବୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିନ୍ତୁ ସେ ସାମାନ୍ୟ ହୋଇଛନ୍ତି । ଗୁଲାବ ଦେବୀଙ୍କୁ ଉଦ୍ଧାର କରାଯାଇ ରାମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ି ସମେତ କାରକେଡର ତିନୋଟି କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କାରଟି ହଠାତ୍ କାରକେଡ୍ ଭିତରକୁ ପଶିଆସିବାରୁ ମନ୍ତ୍ରୀଙ୍କ ସୁରକ୍ଷା ଥିବା ଗାଡ଼ି ଗୁଡ଼ିକୁ ଅଟକି ଯାଇଥିଲା । ଫଳରେ ଗୋଟିଏ ପରେ ଗୋଟିଏ ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା । ଗୁଲାବ ଦେବୀଙ୍କ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ସୂଚନା ପାଇବା ମାତ୍ରେ କୋତୱାଲି ପୋଲିସ ପହଞ୍ଚି ତୁରନ୍ତ ମନ୍ତ୍ରୀଙ୍କୁ ରାମା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେହିପରି କିଛି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଡିଏମ ଅଭିଷେକ ପାଣ୍ଡେ ଏବଂ ଏସପି କୁନୱର ଜ୍ଞାନଜୟ ସିଂହ ମଧ୍ୟ ହସ୍ପିଟାଲରେ ପହଞ୍ଚି ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
ଦୁର୍ଘଟଣା ପରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା । ସମସ୍ତ ଗାଡ଼ି ଗୁଡ଼ିକ ଅଟକି ରହିଥିଲା । ପୋଲିସ ଡ୍ରାଇଭରମାନଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଓ ଅନିତା ଚୌହାନ କହିଛନ୍ତି ।