ନୂଆଦିଲ୍ଲୀ: ର୍ପୂବତନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ସରକାରୀ ବାସଭବନ ଛାଧିବା ପ୍ରସଙ୍ଗ । ଅବସରର ୮ମାସ ପରେ ବି ସେ ସରକାରୀ ବଙ୍ଗଳା ଖାଲି କରିନାହାନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ କରାଯାଇଥିବା ଚିଠିକୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପ୍ରଧାନ ବିଚାରପତି । ବ୍ୟକ୍ତିଗତ କାରଣରୁ ସେ ସରକାରୀ ବଙ୍ଗଳା ଖାଲି କରିପାରିନାହାନ୍ତି ବୋଲି ଜବାବ ଦେଇଛନ୍ତି ।
ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତାଙ୍କ ୨ ଝିଅ ପ୍ରିୟଙ୍କା ଏବଂ ମାହିଙ୍କ ପାଇଁ ସେ ସରକାରୀ ବାସଭବନ ଛାଡ଼ି ପାରୁନାହାନ୍ତି ୨ ଝିଅଙ୍କର ସ୍ବାସ୍ଥ୍ୟବସ୍ଥା ପାଇଁ ଚନ୍ଦ୍ରଚୂଡ଼ ତାଙ୍କ ବାସଭବନକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ରୂପାନ୍ତରିତ କରିଛନ୍ତି । ପ୍ରିୟଙ୍କା ଏବଂ ମାହି ଏକ ବିରଳ ଜେନେଟିକ୍ ଡିଜଅର୍ଡର (ନେମାଲାଇନ୍ ମୟୋପୈଥି) ନାମକ ଏକ ଜନେଟିକ ରୋଗରେ ପୀଡ଼ିତ, ଯାହା କଙ୍କାଳର ମାଂସପେଶୀକୁ ପ୍ରଭାବିତ କରେ । ଏହି ବିରଳ ରୋଗର ଚିକିତ୍ସା ଏବେ କେଉଁଠାରେ ବି ଉପଲବ୍ଧ ନାହିଁ। ଦୈନିକ ଏବଂ ସାପ୍ତାହିକ ଭାବେ ସେମାନଙ୍କ ପାଇଁ ଏକ ମଲ୍ଟି, ଡିସିପ୍ଲିନାରି ଟିମ୍ କାମ କରୁଛନ୍ତି । ସେମାନଙ୍କ ଚିକିତ୍ସା ଦିଲ୍ଲୀର AIIMS ହସ୍ପିଟାଲ୍ ରେ ଜାରି ରହିଛି ।
ଅବସର ପରେ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦିଲ୍ଲୀର ତୁଗଲକ ରୋଡ ନିକଟରେ ବଙ୍ଗଳା ଯୋଗାଇ ଦିଆଯାଇଥିଲା । କିନ୍ତୁ ସେଠାରେ ଏବେ ବି ମରାମତି କାର୍ଯ୍ୟ ଜାରି ରହିଛି । ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ମରାମତି କାର୍ଯ୍ୟ ସ୍ଥଗିତ ରହିଥିଲା । ଏଣୁ ଆଉ କିଛି ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନରେ ରହିବାକୁ ଅନୁମତି ମାଗିଥିଲେ ଡିୱାଇ ଚନ୍ଦ୍ରଚୂଡ଼ । ମେ ୩୧ ତାରିଖ ଯାଏଁ ତାଙ୍କୁ ସେଠାରେ ରହିବାକୁ ଅନୁମତି ମିଳିଥିଲା । ବର୍ତ୍ତମାନ ଗତ ଜୁଲାଇ ୧ ତାରିଖରେ ସରକାରୀ ବାସଭବନ ଖାଲି କରିବାକୁ ଚିଠି କରିଛନ୍ତି ସୁପ୍ରିମକୋର୍ଟ । ହି କାରଣରୁ ସେ ଏପର୍ଯ୍ୟନ୍ତ ସରକାରୀ ବାସବଭନ ଖାଲି କରିବାରେ ଅସମର୍ଥ ରହିଛନ୍ତି