ନରସିଂହପୁର: ମହାନଦୀର ପ୍ରଥମ ବନ୍ୟା ପାଣି ବଡ଼ମ୍ବା ଭଟ୍ଟାରିକା ମନ୍ଦିର ବେଢ଼ା ଡେଇଁଲା । ଏନେଇ ମନ୍ଦିର ଅଞ୍ଚଳକୁ ନଆସିବାକୁ ଲୋକଙ୍କୁ ବ୍ୟାନର୍ ଲଗାଇ ସତର୍କ କଲା ଦେବତ୍ତୋର ବିଭାଗ । ବନ୍ୟାପାଣି ମନ୍ଦିର ବେଢ଼ା ଡେଇଁବା ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ବନ୍ୟାପାଣିରେ ଯେପରି ଲୋକଙ୍କର କିଛି ଅଘଟଣ ନ ଘଟେ ସେଥିପାଇଁ ସତର୍କ ମଧ୍ୟ କରାଯାଇଛି । ନଦୀକୁ ଯିବାକୁ ମଧ୍ୟ ବାରଣ କରାଯାଇଛି ।
ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ପ୍ରବାହରେ ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଜଳ ବଢ଼ିବାରେ ଲାଗିଛି । ପ୍ରବଳ ବର୍ଷା ଫଳରେ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ହେଉଥିବାରୁ ହୀରାକୁଦରୁ ମୋଟ୍ ୨୦ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି । ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ହୋଇଥିବାରୁ ଅଧିକ ମାତ୍ରାରେ ପାଣି ହୀରାକୁଦକୁ ଆସୁଛି ବୋଲି ଜଣାପଡିଛି । ହୀରାକୁଦରେ ପାଣି ବଢିବା ଫଳରେ ବିଭିନ୍ନ ଅଞ୍ଚଳରେ ପାଣି ପଶୁଛି । ସମସ୍ତଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।