ବିହାର: ବିହାର ନିର୍ବାଚନ ଯେତିକି ପାଖଉଛି, ରାଜ୍ୟ ରଜନୀତି ସେତିତି ଗୋଳିଆ ହେବାରେ ଲାଗିଛି । ସବୁକିଛି ଠିକ୍ ଚାଲିଥିବା ମନେହେଉଥିବା ବେଳେ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ବିହାର ନିର୍ବାଚନରେ ଉଷ୍ମତା ଆଣିଦେଇଛି । କାରଣ ଏବେ ନିର୍ବାଚନ ଏକାକୀ ଲଢିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ। ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସରନ ଜିଲ୍ଲାରେ ଆୟୋଜିତ ଏକ ରାଲିରେ ସେ ଏହି ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ ତାଙ୍କ ବିରୋଧୀମାନେ ତାଙ୍କ ରାସ୍ତାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ରବିବାର ଛାପ୍ରାର ରାଜେନ୍ଦ୍ର ଷ୍ଟାଡିୟମରେ ଆୟୋଜିତ 'ନବ ସଂକଳ୍ପ ମହାସଭା'କୁ ସମ୍ବୋଧିତ କରି ଏକ ବଡ଼ ଘୋଷଣା କରିଛନ୍ତି । ଚିରାଗ ପାସୱାନ କହିଛନ୍ତି ଯେ ତାଙ୍କ ଦଳ ବିହାରର ୨୪୩ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏର ଏକ ଅଂଶ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଦେଇଥିବା ଏହି ବୟାନ ବିଜେପି ଏବଂ ଜେଡିୟୁର ସମସ୍ୟା ବଢ଼ାଇପାରେ ।
ଗତ ୨୦୨୦ ବିଧାନସଭା ନିର୍ବାଚନରେ ଚିରାଗ ପାସୱାନଙ୍କ ଏଲଜେପି ୧୩୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା କିନ୍ତୁ ଦଳ କେବଳ ଗୋଟିଏ ଆସନ- ମାଟିହାନିରେ ବିଜୟ ହୋଇଥିଲା। ବର୍ତ୍ତମାନ, ଚିରାଗ ପାସୱାନ ଲୋକସଭା ସାଂସଦ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି। ସେ ୨୦୨୪ ସାଧାରଣ ନିର୍ବାଚନରେ ବିହାରର ହାଜିପୁର ଲୋକସଭା ଆସନରୁ ସାଂସଦ ଭାବେ ବିଜୀୟ ହୋଇଥିଲେ। ଆରଜେଡିର ଶିବ ଚନ୍ଦ୍ର ରାମଙ୍କୁ ୧,୭୦,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏର ସଦସ୍ୟ ସଂଖ୍ୟା ୧୩୦। ବିଜେପିର ୭୯, ଜେଡିୟୁର ୪୫, ହମ(ଏ)ର ୪ ଓ ସ୍ବାଧୀନ ୨ ବିଧାୟକ ଅଛନ୍ତି । ବିରୋଧୀ ଇଣ୍ଡିମେଣ୍ଟର ସଦସ୍ୟ ସଂଖ୍ୟା ରହିଛି ୧୧୧। ସେଥିରେ ଆରଜେ଼ଡିର ୭୭, କଂଗ୍ରେସର ୧୯, ସିପିଏମଏଲର ୧୧, ସିପିଆଇର ୨ , ସିପିଏମର ୨ ସଦସ୍ୟ ଅଛନ୍ତି । ଏଆଇଏମଆଇଏମର ଜଣେ ସଦସ୍ୟ ଅଛନ୍ତି ।