ଅଡି କାର୍ର ମାଲିକ ହେବା ଅନେକଙ୍କ ପାଇଁ ସ୍ବପ୍ନ ହୋଇଥାଏ । ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ପଡ଼ିଥାଏ । ଉଚ୍ଚ ପ୍ରତିଷ୍ଠିତ ଧନୀକ ଶ୍ରେଣୀର ଲୋକେ ବି ଅଡି କାର୍ କିଣିବା ପୂର୍ବରୁ ନିହାତି ପକ୍ଷେ ଦୁଇ ଥର ଭାବିଥାନ୍ତି । ମାତ୍ର କେରଳ ରାସ୍ତାରେ ଏପରି ଏକ ଦୃଶ୍ୟ ଦେଖି ଆପଣ ଚକିତ ହୋଇଯିବେ । କେରଳର ଜଣେ ଚାଷୀ ଶାଗ ବିକିବାପାଇଁ ଅଡି ଧରି ଆସୁଛନ୍ତି । ଆଉ ବିକ୍ରି କରି ସାରିବା ପରେ ନିଜ କାର୍ରେ ପୁଣି ଥରେ ଘରକୁ ଫେରି ଯାଉଛନ୍ତି । ଏପରି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାପରେ ଲାଗିଛି ।
ଅଡି କାର୍ର ମାଲିକ ଥିବା ଏହି ଯୁବ ଚାଷୀଜଣକ ହେଉଛନ୍ତି ସୁଜିଥ୍ । ସୁଜିଥ୍ ପ୍ରାୟ ୧୦ ବର୍ଷ ହେବ ଚାଷ କରୁଥିବା ବେଳେ ଏ ସମ୍ପର୍କୀତ ଭିଡିଓ ସେ ସବୁବେଳ ନିଜ ସୋଶାଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥାନ୍ତି। ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟରଙ୍କ ସଂଖ୍ୟା ପାଖାପାଖି ୨ ଲକ୍ଷରୁ ଅଧିକ ବୋଲି ଜଣାଯାଇଛି । ସେହିପରି ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଥିବା ବେଳେ ସେଥିରେ ତାଙ୍କର ୫ ଲକ୍ଷ ଫଲୋୟର ଅଛନ୍ତି । ତେବେ ଇନଷ୍ଟାଗ୍ରାମରେ ସୁଜିଥ୍ Variety Farmer’ ନାମରେ ବେଶ୍ ପପୁଲାର ।
ସୁଜିଥ୍ ଶେଆର କରିଥିବା ଭିଡିଓରେ ସେ ନିଜ ଅଡିରେ ଆସି ମାର୍କେଟରେ ପହଞ୍ଚିଛନ୍ତି। ଏହାପରେ ରାସ୍ତା ପାର୍ଶ୍ୱରେ ଏକ ପ୍ଲାଷ୍ଟିକ ଚାଦର ପକାଉଛନ୍ତି । ନିଜ ଅଡିରୁ ସତେଜ ଥିବା ଶାଗ ବାହାର କରି ତାକୁ ସଜାଇ ରଖୁଛନ୍ତି। ଏହାପରେ ନିଜ ଚପଲ ଖୋଲି ସେ ବି ସେଠାରେ ଶାଗବିକାଳୀ ଭାବେ ବସି ଯାଉଛନ୍ତି। ସୁଜିଥ୍ ନିଜର ଏକ ଭିଡିଓ କ୍ୟାପସନ୍ରେ ‘ଅଡିରେ ଆସି ଶାଗ ବିକୁଛି’ ବୋଲି ଲେଖିଛନ୍ତି।
ଗତ ୩ ଦିନ ହେବ ସୁଜିଥ୍ ଏଡି ଭିଡିଓ ପୋଷ୍ଟ କରି ସାରିଥିବା ବେଳେ ଏହାକୁ ୬ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ସୋଶାଲ ମିଡିଆ ୟୁଜର୍ସ ସୁଜିଥ୍ଙ୍କ ଭିଡିଓକୁ ଲାଇକ୍ କରିବା ସହ ତାଙ୍କୁ ଖୁବ୍ ଭଲ ପାଇବା ଦେଇଛନ୍ତି । ସୁଜିଥ୍ଙ୍କ ପରି ଭାରତର ସମସ୍ତ ଚାଷୀ ଏହିପରି ଭଲ ଜୀବନ ବିତାନ୍ତୁ ବୋଲି ୟୁଜର୍ସ ମାନେ ଶୁଭକାମନା ଜଣାଇଛନ୍ତି ।
ଅଧିକ ପଢନ୍ତୁ :- ଅଲୋଡ଼ା ଝିଅକୁ ଅମୁଲ୍ୟ କଲେ ମରିସସର ଦମ୍ପତି