ଜନ୍ମଦାତ୍ରୀ ମା ସିନା ପରକଲା କିନ୍ତୁ ପରିତ୍ୟକ୍ତ ହୋଇଥିବା ସେହି ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ କୋଳେଇ ନେଇ ଏକ ନୂଆ ଜୀବନ ଦେଇଛନ୍ତି ମରିସସ୍ର ଦମ୍ପତି । ଅଲୋଡ଼ା ହୋଇଥିବା ଝିଅକୁ ଅମୁଲ୍ୟ କଲେ ମରିସସର ଦମ୍ପତି । ବର୍ତ୍ତମାନ ସମୟରେ କେହି କେହି ଶୁଶୁକୁ ଜନ୍ମ କରି ଛାଡି ଯାଉଛନ୍ତି ତ କେହି କେହି ଶିଶୁଟିଏ ପାଇବା ପାଇଁ ଆକୁଳ ହେଉଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ନୂଆଦିଲ୍ଲୀରୁ । ଜନ୍ମଦାତ୍ରୀ ମା ଏକ ଶିଶୁ କନ୍ୟାକୁ ଛାଡିଯାଇଥିବା ବେଳେ ଶିଶୁଟି ଅନାଥ ହୋଇଯାଇଥିଲା କିନ୍ତୁ ଏକ ଦମ୍ପତି ସେହି ଝିଅକୁ ନୂଆ ଜୀବନ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ଏକ ଶିଶୁକନ୍ୟାକୁ ଜନ୍ମଦେଇ ଜନ୍ମଦାତ୍ରୀ କୌଣସି କାରଣରୁ ଛାଡ଼ି ପଳାଇଥିଲା। ଏହାର ସୂଚନା ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉକ୍ତ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିର ନିଷ୍ପତ୍ତିକ୍ରମେ ସପୋର୍ଟ ଅନୁଷ୍ଠାନ ଦ୍ଵାରା ପରିଚାଳିତ ପୋଷ୍ୟ ସନ୍ତାନ କେନ୍ଦ୍ରରେ ସାମୟିକ ଭାବେ ଥଇଥାନ କରିଥିଲେ । ସେଠାରେ ଶିଶୁକନ୍ୟାଟି ଲକ୍ଷ୍ମୀପ୍ରିୟା ନାମରେ ପରିଚୟ ପାଇ ତାର ଜୀବନ ଆରମ୍ଭ କରିଥିଲା । ପରେ ଲକ୍ଷ୍ମୀପ୍ରିୟାର ସ୍ଥାୟୀ ଥଇଥାନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତାକୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ରରେ ସଂଯୋଗ କରିଥିଲା।
ଏହି ସଂଯୋଗ ପରେ ନୂଆଦିଲ୍ଲୀସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ମରିସସ ଦମ୍ପତିଙ୍କୁ ସୁପାରିସ କରିଥିଲା। ମରିସସ୍ ଦମ୍ପତି ଅନ୍ଲାଇନ ମାଧ୍ୟମରେ ଲକ୍ଷ୍ମୀପ୍ରିୟାକୁ ଦେଖିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଜରିଆରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରି ସମସ୍ତ କାଗଜପପତ୍ର ଯାଞ୍ଚ କରି ଲକ୍ଷ୍ମୀପ୍ରିୟାକୁ ମରିସସ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଲକ୍ଷ୍ମୀପ୍ରିୟା ନୂଆ ପିତାମାତାଙ୍କ କୋଳରେ ‘ଅନର୍ୟା’ ନୂଆ ନାମ ପାଇବା ସହିତ ନୂଆ ଜୀବନ ଆରମ୍ଭ କରିଛି।
ଅଧିକ ପଢନ୍ତୁ: ପୋଖରୀରେ ବୁଡି ୨ ନାବାଳିକା ମୃତ