ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ ନାବାଳିକା ମୃତ। ବାଲେଶ୍ୱର ସଦର ବ୍ଲକ ଓଡ଼ଙ୍ଗିରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଦୁଇ ନାବାଳିକାଙ୍କୁ ପୋଖରୀରୁ ଗାଁ ଲୋକେ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ନାବାଳିକାଙ୍କୁ ମୃତ ଘୋଷଣା କରିଛନ୍ତି। ୨ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ବୟସ ୧୦ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳିକାର ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଆଜି ସକାଳେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ୨ ନାବାଳିକା। ସେଠାରେ ଗାଧୋଇବା ସମୟରେ ହିଁ ଉଭୟେ ପାଣିରେ ବୁଡ଼ି ଯାଇଥିଲେ। ଗୁରୁତର ଦୁଇ ନାବାଳିକାଙ୍କୁ ପୋଖରୀରୁ ଗାଁ ଲୋକେ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ନାବାଳିକା ଦ୍ୱୟଙ୍କ ବୟସ ଜଣାପଡ଼ିଛି । ଜଣଙ୍କ ବୟସ ୧୦ ବର୍ଷ ହୋଇଥିବାବେଳେ ଅନ୍ୟ ଜଣେ ନାବାଳିକାର ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି । ଦୁଇ ନାବାଳିକା ଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।
ଅଧିକ ପଢନ୍ତୁ ; ନକଲି ପ୍ରମାଣ ପତ୍ର ଦେବା ଅଭିଯୋଗରେ ଗିରଫ ହେଲେ RI