ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବ୍ୟବହାରକାରୀଙ୍କ ପାଇଁ ଆସିଛି ଏକ ବଡ ଖବର । ସବୁବେଳେ ଚର୍ଚ୍ଚାରେ ରହୁଥିବା ଏକ୍ସର ମାଲିକ ଏଲନ ମସ୍କ ଯୋଜନା କରୁଛନ୍ତି କି, ସମସ୍ତ ଏକ୍ସ ବ୍ୟବହାରକାରୀଙ୍କ ଠାରୁ ମାସିକ ବିଲ୍ ଆଦାୟ କରିବେ । ଏନେଇ ଏଲନ୍ ମସ୍କ ନିଜେ ଖୁଲାସା କରିଛନ୍ତି । ସେ ସୂଚନା ଦେଇଛନ୍ତି କି, ଏକ୍ସ ପ୍ଲାଟଫର୍ମରେ ଦେଖାଦେଉଥିବା ବୋଟସ୍ ସମସ୍ୟାର ସମାଧାନ ପାଇଁ ଏଭଳି କରିବା ନିହାତି ଜରୁରୀ । ହେଲେ କେବେ ଠାରୁ ଓ ମାସିକ କେତେ ଟଙ୍କା ବ୍ୟବହାରକାରୀଙ୍କୁ ଦେବାକୁ ପଡିବ ସେନେଇ ମସ୍କ କିଛି ବି ସ୍ପଷ୍ଟ କରିନାହାଁନ୍ତି ।
ରିପୋର୍ଟ ଅନୁଯାୟୀ ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ରାନ୍ୟାହୁଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କି ପ୍ଲାଟଫର୍ମରେ ବୋଟସଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବୋଟସ୍ ଅର୍ଥାତ ନକଲି ଆକାଉଣ୍ଟ ସମସ୍ୟାର ସମାଧାନ ପାଇଁ ମାସିକ ଦେୟ ଆଦାୟ କରିବା ଏକମାତ୍ର ଉପାୟ ବୋଲି ସେ କହିଛନ୍ତି । ମସ୍କ କହିଛନ୍ତି କି ଏକ୍ସ ପ୍ଲାଟଫର୍ମରେ ବର୍ତ୍ତମାନ ବିଶ୍ୱରେ ୫୫ କୋଟି ବ୍ୟବହାରକାରୀ ଅଛନ୍ତି । ଏମାନେ ମୋଟ ୧୦୦-୨୦୦ ମିଲିୟନ ପୋଷ୍ଟ କରୁଛନ୍ତି । ସୂଚନା ଥାଉକି ଗତବର୍ଷ ଅକ୍ଟୋବର ମାସରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟ୍ୱିଟରକୁ ଅଧିଗ୍ରହଣ କରିଥିଲେ ଏଲନ୍ ମସ୍କ । ଏହାପରେ ମସ୍କ ଏହାର ନାମ ବଦଳାଇବା ସହ ବାରମ୍ବାର ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ନିୟମ ମଧ୍ୟ ବଦଳାଇବାରେ ଲାଗିଛନ୍ତି ।
ଅଧିକ ପଢନ୍ତୁ ;- ଦିନକୁ ଦିନ ପାକିସ୍ତାନ କାଙ୍ଗାଳ ହେବାକୁ ଲାଗିଲାଣି