ଏବେ ସାରା ବିଶ୍ୱରେ କୋଟି କୋଟି ଲୋକ ଗୁଗଲର ବିଭିନ୍ନ ପ୍ରକାରର ଉପଯୋଗ କରୁଛନ୍ତି , କିଏ ଗୁଗଲରୁ ପାଠ ପଢୁଛି ତ ଆଉ କିଏ ଗେମ ଖେଳି ମନୋରଞ୍ଜନ କରୁଛି , କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ସର୍ଚ୍ଚ କଲେ ଆପଣଙ୍କୁ ଜେଲ ଦଣ୍ଡ ଭୋଗିବା ସହ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଥାଏ । ଯେମିତିକି ପ୍ରଥମ ଲିଷ୍ଟରେ ରହିଛି ଚାଇଲ୍ଡ ପର୍ଣ୍ଣ ।
ଏହି ଚାଇଲ୍ଡ ପର୍ଣ୍ଣ ଦେଖିବା କିମ୍ବା କ୍ରିଏଟ୍ କରିବା ଉଭୟ ଆଇନଗତ ଅପରାଧ । ଏହି ପ୍ରକାର ଜିନିଷ ଗୁଗଲରେ ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁଗଲ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଆପଣ ଏଥିରେ ବମ୍ ତିଆରି କରିବାର ଉପାୟ ଖୋଜିବେ ତେବେ ଆପଣଙ୍କୁ ନିଶ୍ଚୟ ଜେଲ୍ ଯିବାକୁ ପଡିବ । ଏହି ପ୍ରକାର ସର୍ଚ୍ଚ ବିଷୟରେ ସୂଚନା ଗୁଗଲ ତୁରନ୍ତ ସିକ୍ୟୁରିଟୀ ସଂସ୍ଥାକୁ ଦେଇଥାଏ । କାହାର ବ୍ୟକ୍ତିଗତ ଫଟୋ ଅବା ଭିଡିଓ କୁ ବିନା ଅନୁମତିରେ ସେୟାର କଲେ ଆପଣଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିବ। ସେହିପରି ଯୌନ ଉତ୍ପୀଡନ ମାମଲାରେ ପୀଡିତଙ୍କ ନାମ କିମ୍ବା ଫଟୋ ସେୟାର କରିବା ଏକ ଆଇନଗତ ଅପରାଧ ।ଫିଲ୍ମ ପାଇରେସୀ ମଧ୍ୟ ଏକ ଅପରାଧ । ଏହି ପ୍ରକାର କୌଣସି ଫିଲ୍ମକୁ ଡାଉନଲୋଡ କରିବା ମଧ୍ୟ ଅପରାଧ । ଏପରି କଲେ ଆପଣଙ୍କୁ ସିନେମାଟୋଗ୍ରାଫୀ ଆଇନ ୧୯୫୨ ଜରିଆରେ ଜେଲ ଦଣ୍ଡ ଭୋଗିବାକୁ ପଡିବା ସହିତ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ ।
ଆଗକୁ ପଢନ୍ତୁ :- ସୋସିଆଲ ମିଡିଆରେ ଡିପି ବଦଳାଇଥିଲେ ଆପଣ ସାଇବର ଠକାମି