ସୋସିଆଲ ମିଡିଆରେ ବାରମ୍ବାର (ଡିପି) ବା ପ୍ରୋଫାଇଲ ପିକ୍ଚର ବଦଳାଇଥିଲେ ଆପଣ ସାଇବର ଅପରାଧର ଶିକାର ହୋଇପାରନ୍ତି। ସୂଚନା ଅନୁସାରେ ,ବାରମ୍ବାର ଡିପି ବଦଳାଉଥିବା ବ୍ୟକ୍ତିଙ୍କୁ ସାଇବର ଅପରାଧିମାନେ ଟାର୍ଗେଟ କରିଥାନ୍ତି ।
ଏ ସମ୍ପର୍କରେ ଗୋଆର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ,ସାଇବର ଅପରାଧିମାନେ ଏ ସମ୍ଭନ୍ଧରେ ବେଶ ନଜର ରଖିଥାନ୍ତି। ଗତ ୨୦୨୨ ମସିହାରେ ମହିଳାଙ୍କ ଉପରେ ସାଇବର ଅପରାଧ ସମ୍ପର୍କିତ ୯୦ ପ୍ରତିଶତ ମାମଲା ପଞ୍ଜିକରଣ କରିଥିଲା, ଯାହାକି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୫୨ ପ୍ରତିଶତ ମାମଲା ପଞ୍ଜିକରଣ ହୋଇଛି। ଯାହାକି ୨୦୨୧ରେ ପଞ୍ଜିକୃତ ହୋଇଥିବା ୩୮ ମାମଲା ଅନୁସାରେ ଦୁଇଗୁଣାରୁ ଅଧିକ ହେବ। ଯେଉଁ ମହିଳା ବା ପୁରୁଷ ନିଜ ଫେସବୁକ,ଇନଷ୍ଟାଗ୍ରାମର ଫୋଟୋ କୁ ବହୁତ ଥର ଚେଞ୍ଜ କରିଥାନ୍ତି , ସାଇବର ଅପରାଧୀମାନେ ତାଙ୍କ idକୁ ହ୍ୟାକ କରି ତାଙ୍କୁ ବ୍ଳାକମେଲ କରିଥାନ୍ତି ।ଏପରି କରିବା ଦ୍ବାରା ନିଜର ସମ୍ମାନହାନୀ ହେବା ସହିତ ବଦନାମ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଏକ ରିପୋର୍ଟ ଅନୁସାରେ ,ଗତବର୍ଷ ତୁଳନାରେ ସାଇବର ଅପରାଧ ମାମଲା ଚଳିତ ବର୍ଷ ଦୁଇ ଗୁଣ ରହିଛି ବୋଲି ଗଣମାଧ୍ୟମକୁ ଗୋଆ ପୋଲିସ ସୂଚନା ଦେଇଛନ୍ତି । ପୋଲିସଙ୍କ କହିବା ଅନୁସାରେ ,ଏବେ ବହୁତ ଲୋକ ଫେସବୁକ,ଇନଷ୍ଟାଗ୍ରାମକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି । କିଏ ଫେସବୁକରେ ନିଜ ଫୋଟୋ ପୋଷ୍ଟ କଲାଣି ତ ଆଉ କିଏ ଇନଷ୍ଟାଗ୍ରାମରେ ରିଲ କଲାଣି।
ଏମିତି ଆଉ କିଏ ବାର ବାର ନିଜ ପ୍ରୋଫାଇଲ ଫୋଟୋ ଚେଞ୍ଜ କରି ସାଇବର କ୍ରାଇମର ଶିକାର ହେଉଛନ୍ତି । ସାଇବର ଅପରାଧୀମାନେ ବ୍ଲାକମେଲ କରିବା ସହ ମୋଟା ମୋଟା ବିଡ଼ାର ଟଙ୍କା ଲୁଟି ନେଉଛନ୍ତି। ଯଦି ଆପଣ ନିଜର ବ୍ୟକ୍ତିଗତ ଓ ପାରିବାରିକ ଫଟୋ ଯଥାସମ୍ଭବ କମ୍ ଅପଲୋଡ୍ କରିବେ ତେବେ ଏହି ଅପରାଧରୁ ବଞ୍ଚିପାରିବେ ।
ଆଗକୁ ପଢନ୍ତୁ :- ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଇଲେ ଶାଶୂଘର ଲୋକେ