ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଇଲେ ଶାଶୂଘର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି , ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ । ଜଣେ ମହିଳାଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼ ମାରି ଗାଁ ସାରା ବୁଲାଇଲେ ଶାଶୂଘର ଲୋକେ । ଏହି ଘଟଣାଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ୭ଜଣଙ୍କୁ ଗିରଫ କରିଛି ।
ଏହି ଘଟଣା ସମ୍ପର୍କରେ ରାଜସ୍ଥାନ ଡ଼ି.ଜି ଉମେଶ ମିଶ୍ର କହିଛନ୍ତି ଯେ , ଉକ୍ତ ମହିଳାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ଥିଲା । ଶାଶୂଘର ଲୋକଙ୍କ ଅଭିଯୋଗ ଅନୁସାରେ , ମହିଳା ଜଣକ ଉକ୍ତ ପୁରୁଷଙ୍କ ସହ ପଳାଇଥିଲେ । ସଂପୃକ୍ତ ମହିଳାଙ୍କୁ ତାଙ୍କ ଶାଶୂଘରର ଲୋକେ ଅପହରଣ କରି ଆଣି ତାଙ୍କୁ ଗାଁରେ ନିସ୍ତକ ମାଡ଼ ମାରିଥିଲେ । ଏହା ପରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ । ଏଭଳି ଏକ ଲଜ୍ୟାଜନକ କାର୍ଯ୍ୟରେ ତାଙ୍କ ସ୍ୱାମୀ ଆଉ ଶ୍ୱଶୁର ସାମିଲ ଥିଲେ । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରତିକ୍ରିୟା ରଖି କହିଛନ୍ତି ଯେ , ସଭ୍ୟ ସମାଜରେ ଏଭଳି ଅପରାଧର କୌଣସି ସ୍ଥାନ ନାହିଁ ଏବଂ ଯିଏ ଦୋଷୀ ତାକୁ ଉପଯୁକ୍ତ ଦଣ୍ଡ ଦିଆଯିବ ।ପୀଡ଼ିତା ଜଣକ ଗର୍ଭବତୀ ଅଛନ୍ତି। ତେଣୁ ସରକାରୀ ସ୍ତରରେ ଦିଆଯାଉଥିବା ସମସ୍ତ ମେଡିକାଲ୍ ସୁବିଧା ତାଙ୍କୁ ମାଗଣାରେ ପ୍ରଦାନ କରାଯିବ। ଏହାସହିତ ସେ ଚିକିତ୍ସକମାନଙ୍କୁ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଜାତୀୟ ମହିଳା କମିଶନ ଘଟଣାକୁ ନିନ୍ଦା କରିବା ସହ କମିଠି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।