ମୋଦୀଙ୍କ ବାୟୋପିକ ଦେଖିବା ପରେ ନିଷ୍ପତି ନେବ, ନିର୍ବାଚନ ଆୟୋଗଙ୍କୁ କହିଲେ ସୁପ୍ରିମକୋର୍ଟ
Khabar Odisha:national-odisha-narendra-modi-biopic-election-commission-and-supreme-court
ନୂଆଦିଲ୍ଲୀ, ଏପ୍ରିଲ ୧୫(ଖବର ଓଡିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକକୁ ନେଇ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଏହି ଚଳଚିତ୍ରକୁ ଦେଖି ସାରିବା ପରେ ଏହାକୁ ରୋକ ଲଗାଯିବ ନା ନାହିଁ ସେନେଇ ନିଷ୍ପତି ନେବାକୁ ନିର୍ବାଚନ ଆୟୋଗଙ୍କୁ କୋର୍ଟ କହିଛନ୍ତି । ଏହାସହ ଏପ୍ରିଲ ୨୨ ମଧ୍ୟରେ ବନ୍ଦ ଲଫାପାରେ ଏହାର ଉତ୍ତର ଦେବାକୁ କୋର୍ଟ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନାନୁସାରେ, ନିର୍ବାଚନ ଆୟୋଗ ମୋଦୀଙ୍କ ବାୟୋପିକକୁ ରୋକ ଲଗାଇବା ପାଇଁ ନିଷ୍ପତି ନେଇଥିଲେ  । ଏହି ନିଷ୍ପତିକୁ ବିରୋଧ କରି ଫିଲ୍ମ ନିର୍ମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣୀ ଆଜି କୋର୍ଟ କରିଛନ୍ତି । କୋର୍ଟ କହିଛନ୍ତି ଯେ, ପ୍ରଥମେ ଆୟୋଗ ଚଳଚିତ୍ରକୁ ଭଲ ଭାବେ ଦେଖନ୍ତୁ । ଏହାପରେ ଏହା ଉପରେ ରୋକ ଲାଗିବ ନା ନାହିଁ ସେନେଇ  ନିଷ୍ପତି ନିଅନ୍ତୁ । ଏହାସହ ଏହାର ଉତର ଏପ୍ରିଲ ୨୨ ମଧ୍ୟରେ ରଖିବାକୁ ସେ କହିଛନ୍ତି । 

ସୂଚନାଯୋଗ୍ୟ କି, ନିର୍ବାଚନ ଆୟୋଗ ଏପ୍ରିଲ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ବିବେକ ଓବରେୟଙ୍କ ଅଭିନୀତ ଚଳଚିତ୍ର ଉପରେ ରୋକ ଲଗାଇଥିଲେ । ଚଳଚିତ୍ରଟି ୧୧ ଚାରିଖରେ ରିଲିଜ ହେବାର ଥିଲା । ବିରୋଧୀ କଂଗ୍ରେସ ଏବଂ ଅନ୍ୟ ଦଳ ଏହି ଚଳଚିତ୍ର ବିରୋଧରେ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ  ।

  • Tags:

Subscribe

National International State Sports Entertainment