ଆଜି ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ ।ମ୍ୟାଲେରିଆ ରୋଗପ୍ରତି ଜନସଚେତନା ସୃଷ୍ଟି କରିବା ସହ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୫ ତାରିଖକୁ ‘ବିଶ୍ବ ମ୍ୟାଲେରିଆ ଦିବସ’ ଭାବେ ପାଳନ କରାଯାଏ। ୨୦୦୭ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୬୦ତମ ଅଧିବେଶନରେ ଏହାକୁ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ସେବେଠାରୁ ମ୍ୟାଲେରିଆର ଭୟାବହତା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ଏହି ଦିନରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ। ମ୍ୟାଲେରିଆ ରୋଗର କାରଣ, ନିରାକରଣ, ରୋଗକୁ ଚିହ୍ନିବା, ଚିକିତ୍ସା, ଆଦି ବାବଦରେ ଲୋକଙ୍କୁ ସଚେତନ କରାଇବା, ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଆମ ଦେଶ ଭାରତ ୨୦୩୦ ସୁଦ୍ଧା ମ୍ୟାଲେରିଆକୁ ମୂଳୋତ୍ପାଟନ ଲକ୍ଷ୍ୟ ରଖିଛି। ସେହିପରି ୨୦୨୭ ସୁଦ୍ଧା ପୂରା ଦେଶକୁ ମ୍ୟାଲେରିଆମୁକ୍ତ କରାଯିବା ପାଇଁ ବିଭିନ୍ନ ଯୋଜନା ଚାଲିଛି। ନିକଟ ଅତୀତରେ ପ୍ରକାଶିତ ବିଶ୍ୱ ମାଲେରିଆ ରିପୋର୍ଟ ଅନୁସାରେ ୨୦୧୫ ମସିହାରେ ବିଶ୍ୱ ସ୍ତରରେ ୪୨୯୦୦୦ ମ୍ୟାଲେରିଆ ଜନିତ ମୃତ୍ୟୁ ସହିତ ୨୧୨ ମିଲିୟନ ନୂତନ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୧୦ ମସିହାରୁ ୨୦୧୫ ମସିହା ମଧ୍ୟରେ ମ୍ୟାଲେରିଆ ରୋଗ ସଂକ୍ରମଣ କ୍ଷେତ୍ରରେ ଶତକଡା ୨୧ ଭାଗ ହ୍ରାସ ଏବଂ ମ୍ୟାଲେରିଆ ଜନିତ ମୃତ୍ୟୁରେ ୨୯ ଶତକଡା ହ୍ରାସ ପରିଲକ୍ଷିତ ହୋଇଛି । ତେବେ ପ୍ରତିବର୍ଷ ଏହି ଦିବସ କିଛି ନା କିଛି ବିଷୟବସ୍ତୁ କୁ ନେଇ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହି ଦିବସର ଥିମ ହେଉଛି 'Accelerating the fight against malaria for a more equitable world' ଏହାର ଅର୍ଥ ହେଉଛି \'ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧରେ ଲଢେଇକୁ ଅଧିକ ତ୍ୱରାନ୍ୱିତ କରିବା