ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ପାଇଁ ପକ୍ଷୀମାନଙ୍କୁ ମାରିଦେବା ସହିତ ସେମାନଙ୍କ ଅଣ୍ଡାକୁ ନଷ୍ଟ କରି ଦିଆଯାଉଛି । ବାର୍ଡ ଫ୍ଲୁ ସଂକ୍ରମଣକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମରେ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସାମିଲ କରାଯାଇ ବାର୍ଡ ଫ୍ଲୁକୁ ରୋକିବା ପାଇଁ ଯୋଜନା କରାଯାଇଛି । ବାର୍ଡ ଫ୍ଲୁ ପାଇଁ ରାଞ୍ଚିରେ କୁକୁଡ଼ା କିଣାବିକା ଓ ଅଣ୍ଡା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ପ୍ରତିଦିନ ବାର୍ଡ ଫ୍ଲୁ ଚିହ୍ନଟ ହେଉଥିବା କୁକୁଡ଼ାଙ୍କୁ ମାରି ଦିଆଯାଉଛି । ଏପରି ଭାବରେ ବାର୍ଡ ଫ୍ଲୁକୁ ରୋକାଯାଇ ପାରିବ । ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ପରିଷ୍କାର ଓ ସ୍ଵଛ କରାଗଲେ ବାର୍ଡ ଫ୍ଲୁ ସଂକ୍ରମଣ ହ୍ରାସ ପାଇବ ।