ବିହାରର ରାଜଧାନୀ ପଟଣା ରେଲୱେ ଜଙ୍କସନ ନିକଟରେ ହୁତୁହୁତୁ ହୋଇ ଜଳିଲା ହୋଟେଲ। ତେବେ ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ହୋଟେଲ ଭିତରେ ଅନେକ ଲୋକ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ରେସକ୍ୟୁ ଟିମ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି।
ସୂଚନା ଅନୁସାରେ, ପ୍ରଥମେ ନିଆଁ ଆଦର୍ଶ ହୋଟେଲ ନିକଟରେ ଥିବା ଏକ ଦୋକାନରେ ଲାଗିଥିଲା। ଏହାପରେ ନିଆଁର ପରିମାଣ ବଢ଼ିବାରୁ ଏହା ହୋଟେଲରେ ଲାଗିଯାଇଥିଲା। ତେବେ ଭୀଷଣ ଅଗ୍ନିକାଣ୍ଡରେ ସ୍ଥାନୀୟ ଅଞ୍ଚଳ ପୂରା ଧୁଆଁ ଧୁଆଁ ହୋଇଯାଇଥିଲା। ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟର କରି ହୋଟେଲ୍ କର୍ମଚାରୀଙ୍କୁ ଉଦ୍ଧାର କରୁଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଉଛି। ହୋଟେଲରେ ନିଆଁ କେମିତି ଲାଗିଲା ତା'ର କାରଣ ସ୍ପଷ୍ଟ ହୋଇନାହିଁ। ତେଣୁ ଏହାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ।