ନୂଆଦିଲ୍ଲୀ: ବିଦେଶ ଯାତ୍ରା ପାଇଁ ଜରୁରୀ ଥିବା ପାସପୋର୍ଟ ନିୟମରେ ଭାରତ ସରକାର ପରିବର୍ତ୍ତନ କରିଛନ୍ତି । ଏଣିକି ଜନ୍ମ ପ୍ରମାଣ ପାଇଁ ଆବେଦନ ସମୟରେ ଜନ୍ମ ସାର୍ଟିଫିକେଟ୍ ଦାଖଲ କରିବା ବାଧ୍ୟତା ମୂଳକ କରାଯାଇଛି । ଜନ୍ମ ତାରିଖ ପାଇଁ କେବଳ ଜନ୍ମ ପ୍ରମାଣପତ୍ର ବୈଧ ପ୍ରମାଣ ହେବ।
ତେବେ ଜନ୍ମ ପ୍ରମାଣ ପତ୍ର ଦାଖଲ ସମସ୍ତଙ୍କ ପାଇଁ ବାଧ୍ୟତା ମୂଳକ ନୁହେଁ । କାରଣ ବହୁତ ଲୋକଙ୍କ ପକ୍ଷରେ ଏହା ସମ୍ଭବ ନୁହେଁ । କେବଳ ନିର୍ଦ୍ଧିଷ୍ଟ ବର୍ଷଠାରୁ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଏହି ନିୟମକୁ ଲାଗୁ କରାଯିବ । ଯେଉଁବ୍ୟକ୍ତି ୨୦୨୩, ଅକ୍ଟୋବର ୧ ତାରିଖ ପରେ ଜନ୍ମ ଗ୍ରହଣ କରିଥିବେ ସେମାନେ ପାସପୋର୍ଟ ଆବେଦନ କରିବା ବେଳେ ଜନ୍ମ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ । ଏହା ପୂର୍ବରୁ ଯେଉଁମାନେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଜନ୍ମ ପ୍ରମାଣପତ୍ର ବଦଳରେ ଡ୍ରାଇଭିଂ ଲାଇସେନ୍ସ, ମାଟ୍ରିକ ସାର୍ଟିଫିକେଟ୍ କିମ୍ବା ସ୍କୁଲ ଛାଡ଼ିଥିବା ସାର୍ଟିଫିକେଟ୍ ଦାଖଲ କରିପାରିବେ ।
ଅଧିକ ପଢ଼ନ୍ତୁ:- ସୁକମାରେ ମାଓ ବର୍ବରତା: ପୂର୍ବତନ ବିଧାୟକଙ୍କ ଶ୍ୱଶୁରଙ୍କୁ ହତ୍ୟା, ଏନକାଉଣ୍ଟରରେ ୨ ମାଓବାଦୀ ନିପାତ
ସେହିପରି ଆହୁରି ଗୋଟିଏ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି, ଏବେ ପାସପୋର୍ଟର ଶେଷ ପୃଷ୍ଠାରେ ଆବାସିକ ଠିକଣା ପ୍ରିଣ୍ଟ କରାଯାଇପାରିବ ନାହିଁ। ଇମିଗ୍ରେସନ ଅଧିକାରୀମାନେ ଏବେ ବାରକୋଡ୍ ସ୍କାନ କରି ସୂଚନା ପାଇପାରିବେ। ସେହିପରି ପାସପୋର୍ଟର ଶେଷ ପୃଷ୍ଠାରେ ପିତାମାତାଙ୍କ ନାମ ମଧ୍ୟ ମୁଦ୍ରିତ ହେବ ନାହିଁ । ଏହି ନିୟମ ଏକକ ପିତାମାତା କିମ୍ବା ବିଚ୍ଛିନ୍ନ ପରିବାରର ପିଲାମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି ।
-