ମଧ୍ୟପ୍ରଦେଶରେ ଫିଲ୍ମ ଷ୍ଟାଇଲରେ କନିଆକୁ ଅପହରଣ କରାଯାଇଛି । ବାହାଘର ପରେ ଘରୁ ବିଦାୟ ନେଇ ବର ସହ ଗାଡ଼ିରେ ଶାଶୁଘର ଯାଉଥିଲା କନ୍ୟା । ହେଲେ ଅଧାବାଟରେ ବରକୁ ମାଡ଼ ମାରି କନ୍ୟାକୁ ଅପହରଣ କରିଥିଲେ କିଛି ଦୁବୃର୍ତ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ।
ବରଯାତ୍ରୀ ନେଇ ରାଜସ୍ଥାନର ସୱାଇ ମାଧୋପୁରର ବାସିନ୍ଦା ବିକ୍ରମ ନାୟକ ଶନିବାର ବର ହୋଇ ଅଶୋକନଗର ଯାଇଥିଲେ । ବେଶ୍ ଧୁମଧାମରେ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିଲା । ଏହାପରେ ଝିଅ ବାପଘରୁ ବିଦାୟ ନେଇ ଶାଶୁଘର ଯାଉଥିଲା । ହେଲେ ଘରଠୁ ମାତ୍ର ୧୦୦ କିଲୋମିଟର ଦୂରରେ ପହଞ୍ଚିଲା ବେଳକୁ ବର ଗାଡ଼ିକୁ ଅଟକାଇ କିଛି ଯୁବକ ଅତର୍କିତ ଭାବେ ଆକ୍ରମଣ କରିବାକୁ ଲାଗିଲେ । ଏହାପରେ ବରକୁ ମାଡ଼ି ବର ସ୍ନାମାରୁ ହିଁ କନ୍ୟାକୁ ଉଠାଇ ନେଇଥିଲେ ।
ତେବେ ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାର ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ସେପଟେ ନବବିବାହିତା କନ୍ୟାକୁ ମଧ୍ୟ ପୋଲିସ ହେପାଜତରେ ନେଇଛି । ଏହି ମାମଲାରେ କନ୍ୟା ମଧ୍ୟ ସମ୍ପୃକ୍ତ ଥାଇପାରେ ବୋଲି ପୋଲିସ ଆଶଙ୍କା ପ୍ରକାଶ କରିଛି ।
ପୋଲିସର କହିବାନୁସାରେ ଯେତେବେଳେ କନ୍ୟାକୁ ଅପହରଣ କରାଯାଇଥିଲା ଏବଂ ବରକୁ ମାଡ଼ ଦିଆଯାଇଥିଲା, କନ୍ୟା ଦୁର୍ବୃତ୍ତଙ୍କ ନାମ ଧରି ଡାକି କହୁଥିଲା, ଆକାଶ ତାକୁ ମାରିଦିଅ ନାହିଁ। ଏପରି ପରିସ୍ଥିତିରେ, ସନ୍ଦେହ କରାଯାଉଛି ଯେ କନ୍ୟା ଅପରାଧୀମାନଙ୍କୁ ପୂର୍ବରୁ ଜାଣିଥିଲେ । ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରୁଛି ପୋଲିସ ।
ତିନି ବର୍ଷରେ ତିନିଥର ଅପହରଣ
ତେବେ ନବବିବାହିତା କନ୍ୟା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି ଯେ ତାଙ୍କର ବୟସ ମାତ୍ର ୧୯ ବର୍ଷ ଏବଂ ତାଙ୍କୁ ଗତ ୩ ବର୍ଷ ମଧ୍ୟରେ ଦୁଇଥର ଅପହରଣ କରାଯାଇଛି । ମାର୍ଚ୍ଚ ମାସରେ ତାଙ୍କୁ ପ୍ରଥମ ଥର ପାଇଁ ଅପହରଣ କରାଯାଇଥିଲା। ତା’ପରେ ତାଙ୍କ ପରିବାର ସଦସ୍ୟମାନେ ତିନି ଜଣଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ତା’ପରେ ୨୦୨୩ ମସିହାରେ ତାଙ୍କୁ ପୁଣି ଥରେ ଅପହରଣ କରାଯାଇଥିଲା ଏବଂ ଏବେ ପୁଣି ଥରେ ତାଙ୍କୁ ଅପହରଣ କରାଯାଇଛି। ତେବେ ପୋଲିସ ପ୍ରେମ ସମ୍ପର୍କ ଥାଇପାରେ ବୋଲି ସନ୍ଦେହ କରୁଛି ।