ନୂଆଦିଲ୍ଲୀ: କର୍ଣ୍ଣାଟକରେ ଶାସକ କଂଗ୍ରେସରେ ଥିବା ଆଭ୍ୟନ୍ତରୀଣ ବିବାଦ ଶେଷ ଧିରେ ଧିରେ ଘନେଇବାରେ ଲାଗିଛି । ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ ଜୋର ଧରିଛି ଚର୍ଚ୍ଚା । ଏହାରି ମଧ୍ୟରେ ଦୁଇ ଜଣ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମର୍ଥନ ଜଣାଇଛନ୍ତି । ବିଧାୟକ ବାସଭରାଜୁ ଭି ଶିବଗଙ୍ଗା ଦୃଢ଼ କଣ୍ଠରେ କହିଛନ୍ତି କି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଡିସେମ୍ବର ସୁଦ୍ଧା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ।
କେବଳ ସେତିକି ନୁହେଁ ଶିବକୁମାର ଆଗାମୀ ସାଢ଼େ ସାତ ବର୍ଷ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ କାରଣ ଦଳ ଏଠାରେ ମଧ୍ୟ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜୟୀ ହେବାକୁ ଯାଉଛି । ବାସଭରାଜୁ କହିଛନ୍ତି ଯେ “ତୁମେମାନେ ଏହାକୁ ଲେଖି ରଖ, ଏହା ଡିସେମ୍ବର ସୁଦ୍ଧା ହୋଇଯିବ । ଯଦି ତୁମେ ଚାହୁଁଛ, ମୁଁ ତୁମ ପାଇଁ ରକ୍ତରେ ଲେଖି ପାରିବି ଯେ ଶିବକୁମାର ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀ ହୋଇଯିବେ”।
ସେହିପରି ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲି କହିଛନ୍ତି ଯେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାରେ କେହି ରୋକିପାରିବେ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଶିବକୁମାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା କେବଳ ସମୟର କଥା କାରଣ ଏହା ନିଶ୍ଚିତ ଭାବରେ ଘଟିବ।
ଆପଣଙ୍କୁ କହି ରଖୁଛୁ ଯେ ଡି.କେ. ଶିବକୁମାର ଶୁକ୍ରବାର କହିଛନ୍ତି ଯେ କେବଳ ଇଚ୍ଛା କରି କଂଗ୍ରେସ ରାଜ୍ୟ ସଭାପତି ପଦବୀ ହାସଲ କରାଯାଇପାରିବ ନାହିଁ। ସେ କହିଛନ୍ତି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟରେ ହେଉଥିବା ପ୍ରତ୍ୟେକ ବିକାଶ ବିଷୟରେ ଅବଗତ ଏବଂ ତାଙ୍କୁ ଅପଡେଟ୍ କରିବାର କୌଣସି ଆବଶ୍ୟକତା ନାହିଁ । ମୁଁ ପଦବୀ ଅନ୍ୱେଷଣ ଖୋଜିବାକୁ ଯାଇ ନଥିଲି । ଏଗୁଡ଼ିକ ନେତୃତ୍ୱ ଏବଂ ସାଂଗଠନିକ ଦକ୍ଷତା ମାଧ୍ୟମରେ ଅର୍ଜିତ ଭୂମିକା । ଆମ ଦଳରେ, ଏହି ଗୁଣଗୁଡ଼ିକ ଆଧାରରେ ଏପରି ପଦବୀ ଦିଆଯାଏ। ମୁଁ ଅନ୍ୟ ଦଳଗୁଡ଼ିକ ବିଷୟରେ କହିପାରିବି ନାହିଁ ।"