ତେଲେଙ୍ଗାନା : ତେଲେଙ୍ଗାନାର ନଗରକର୍ନୁଲ ଜିଲ୍ଲାରେ ଥିବା ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ ଟନେଲ୍ ଦୁର୍ଘଟଣା ମାମଲା । ଗତ ଫେବୃଆରୀ ୨୨ରେ ନିର୍ମାଣଧିନ ଟନେଲ ଛାତ ଭୁଷୁଡିଥିଲା । ଘଟଣାକୁ ୧୦ ଦିନ ବିତିଲାଣି । ହେଲେ ଏବେ ବି ଉଦ୍ଧାର ହୋଇପାରୁନାହାନ୍ତି ୮ ଜଣ ଶ୍ରମିକ । ଉଦ୍ଧାର କାର୍ଯ୍ୟରେ SDRF ଏବଂ NDRF ଟିମ୍ ନିୟୋଜିତ ହୋଇ ଅହରହ ଉଦ୍ଧାର କରିବାକୁ ପ୍ରୟାସ ଚଳାଇଛନ୍ତି । ହେଲେ ଟନେଲ ଭିତରେ ଫଶିରହିଥିବା ଶ୍ରମିକଙ୍କ କିଛି ସୂଚନା ମିଳିପାରୁନି ।
ରାଡାର ସର୍ଭେ ମାଧ୍ୟମରେ ଶ୍ରମିକ ମାନେ କେଉଁଠି ଅଛନ୍ତି ତାର ସଠିକ୍ ସ୍ଥାନ ଜଣା ପଡିଥିଲା ବୋଲି ଦାବି କରାଯାଇଥିଲା, କିନ୍ତୁ ବର୍ତ୍ତମାନ ରାଡାର ସର୍ଭେ ପରେ କେବଳ ଧାତୁ ଖଣ୍ଡ ବ୍ୟତୀତ ଆଉ କିଛି ମିଳି ନାହିଁ। ଏହି କାରଣରୁ ଉଦ୍ଧାରକାରୀ ଦଳ ନିଷ୍ପତ୍ତି ନେଇଛନ୍ତି ଯେ ରାଡାର ସର୍ଭେ ସ୍ଥାନ ବ୍ୟତୀତ ଫଶିରହିଥିବା ଶ୍ରମିକଙ୍କୁ ଅନ୍ୟ ସ୍ଥାନରେ ମଧ୍ୟ ଖୋଜାଖୋଜି କରାଯିବ।
ଉଦ୍ଧାରକାରୀ ଦଳ ସହ ଜଡିତ ଅଧିକାରୀମାନେ ଆଶା କରୁଛନ୍ତି ଯେ ଟନେଲର କନଭେୟର ବେଲ୍ଟର ମରାମତି କାର୍ଯ୍ୟ ଆଜି (ସୋମବାର) ସୁଦ୍ଧା ଶେଷ ହୋଇପାରିବ, ଯାହା ପରେ ଟନେଲ ଭିତରୁ ସିଲ୍ଟ ଏବଂ ଆବର୍ଜନା ଶୀଘ୍ର ହଟାଯାଇପାରିବ। ଅଧିକାରୀ କହିଛନ୍ତି ଯେ ଟନେଲରେ ଫସି ରହିଥିବା ଲୋକଙ୍କ ପ୍ରକୃତ ଅବସ୍ଥା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରେଭାଣ୍ଟ ରେଡ୍ଡୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ହେଲେ ଟନେଲ ଭିତରେ ରୋବଟ ବ୍ୟବହାର କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଚାହୁଁଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଶୀଘ୍ର ଶେଷ ହେଉ। ହେଲେ ଭିତରେ ଫଶିରହିଥିବା ଶ୍ରମିକଙ୍କ କିଛି ସନ୍ଧାନ ମିଳିପାରୁନି । ପୀଡିତଙ୍କ ପରିବାର ପ୍ରତି ଆମର ସମାବେଦନା ରହିଛି ।
ଗତ ଫେବୃଆରୀ ୨୨ରେ ଭୁଶୁଡିଲା ଥିଲା ନିର୍ମାଣଧିନ ଟନେଲ ଛାତ । ସକାଳ ୮ଟା ସମୟରେ ଶ୍ରମିକମାନେ ଟନେଲ ଭିତରକୁ କାମ କରିବାକୁ ଯାଇଥିଲେ । ଟନେଲରେ, ଗୋଟିଏ ପାର୍ଶ୍ୱରୁ ପାଣି ଲିକ୍ ହେବାର ଶବ୍ଦ ଶୁଭିଥିଲା । ଅପରେଟର ଏନେଇ ସମସ୍ତଙ୍କୁ ସତର୍କ କରାଇଥିଲେ । ସଙ୍ଗେ ସଙ୍ଗେ ୪୨ ଜଣ ଶ୍ରମିକ ଟନେଲ ବାହାରକୁ ପଳାଇ ଆସିଥିଲେ । ତେବେ ୮ ଜଣ ଶ୍ରମିକ ସେଠାରେ ଫସି ଯାଇଥିଲେ । ସୁଡଙ୍ଗରେ ଯେଉଁ ମାନେ ଫସି ରହିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ପ୍ରୋଜେକ୍ଟ ଇଞ୍ଜିନିୟର, ଫିଲ୍ଡ ଇଞ୍ଜିନିୟର, ଚାରି ଜଣ ଶ୍ରମିକ ଜମ୍ମୁ ଏବଂ କାଶ୍ମୀରର ଓ ପଞ୍ଜାବର ଦୁଇଜଣ ବୋରିଂ ମିଶନ ଅପରେଟର ରହିଛନ୍ତି ।
ଅଧିକ ପଢନ୍ତୁ: ଆମେରିକା ଯିବା ପାଇଁ ପାକିସ୍ତାନ ନାମରେ ପାସ୍ପୋର୍ଟ ହାତେଇଥିଲେ ଗୁଜୁରାଟର ଏସି ପଟେଲ!
ଘଟଣା ପରେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ରେସକ୍ୟୁ ଅପରେସନକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେବା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିଲା । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ୭୦୦ରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି।