ନୂଆଦିଲ୍ଲୀ: ଗୁଜରାଟର ଭଦୋଦରାରେ ରମଜାନ ମାସକୁ ନେଇ ଏକ ଆଦେଶ ଉପରେ ହଙ୍ଗାମା ସୃଷ୍ଟି ହୋଇଛି । ବିଶ୍ୱ ହିନ୍ଦୁ ପରିଷଦର କହିବା କଥା ଭଦୋଦରା ପ୍ରାଇମେରୀ ଏଜୁକେସନ କମିଟି ପକ୍ଷରୁ ମୁସଲିମ ପିଲାଙ୍କ ପାଇଁ ରମଜାନରେ ଅଲଗା ସମୟ ଘୋଷଣା କରାଯାଇଛି । ଭିଏଚପି କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରି ଏହି ଆଦେଶକୁ ପ୍ରତ୍ୟାହାର କରିବାକୁଦାବି କରିଛନ୍ତି । ଭିଏଚପି କହିଛି ଯେ, ଯଦି ଆଦେଶ ପ୍ରତ୍ୟାହାର କରା ନ ଯାଏ ତେବେ ହିନ୍ଦୁ ଛାତ୍ରକୁ ମଧ୍ୟ ଏହି ଧରଣର ରିହାତି ଶ୍ରାବଣ ମାସ ଓ ନବରାତ୍ରରେ ମିଳିବା ଉଚିତ୍ ।
ଗୁଜରାଟ ଭିଏଚପିର ମୁଖପାତ୍ର ହିତେନ୍ଦ୍ର ରାଜପୁତ ଫେସବୁକରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ସରକାର ରାଜ୍ୟରେ ୟୁସିସି(ସମାନ ନାଗରିକ ସଂହିତା) ଲାଗୁ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ଅନ୍ୟପଟେ ଭଦୋଦରା ଏଜୁକେସନ କମିଟି ଶିକ୍ଷା ବିଭାଗରେ ଧର୍ମ ଆଧାରିତ ତୃଷ୍ଟିକରଣକୁ ପ୍ରୋତ୍ସାହିତ କଲା ଭଳି ସର୍କୁଲାର ଜାରି କରିଛି । ସରକାରଙ୍କୁ ଏହା ଭୁଲିବା ଉଚିତ୍ ନୁହେଁ ଯେ, ତୃଷ୍ଟିକରଣର ବିରୋଧ ହିଁ ଏହାର ମୁଖ୍ୟ ଶକ୍ତି ।
ଭିଏଚପି ଏକ୍ସରେ ପୋଷ୍ଟ କରି ଲେଖିଛି ଯେ, ଦୟା କରି ଏହି ସର୍କୁଲାରର ସତ୍ୟତାର ଯାଞ୍ଚ କରାଯାଇ ତୁରନ୍ତ ରଦ୍ଦ କରାଯାଉ । ଏଥିରେ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ । ମନେ ରଖିବା ଉଚିତ୍ ଯେ, ତୃଷ୍ଟିକରଣର ବିରୋଧ କାରଣରୁ ହିଁ ବିଜେପିକୁ ମଜବୁତ ଜନସମର୍ଥନ ମିଳିଥାଏ । ଏହା ଗୁଜରାଟ ଅଟେ ପାକିସ୍ତାନ ନୁହେଁ ।
ନଗର ପ୍ରାଥମିକ ଶିକ୍ଷାନୁଷ୍ଠାନ କମିଟି ପକ୍ଷରୁ ଜାରି ନୋଟିଫିକେସନରେ କୁହାଯାଇଛି ଯେ, ରମଜାନର ମାସ ଆରମ୍ଭ ହୋଇଛି । ଯେଉଁ ସ୍କୁଲରେ ମୁସଲିମ ସମୁଦାୟର ପିଲାଙ୍କ ସଂଖ୍ୟା ଅଧିକ ରହିଛି, ତାଙ୍କ ପାଇଁ ସମୟରେ ପରିବର୍ତ୍ତନ କରାଯାଉଛି । ୨୦୨୫ ମାର୍ଚ୍ଚ ୧ରୁ ରାମଜାନ ସମୟରେ ଲାଗୁ କରାଯିବ ।
ସ୍କୁଲ ସମୟ- ସକାଳ ୮ଟାରୁ ୧୨
ମଧ୍ୟାହ୍ନ ଭୋଜନ- ସକାଳ ୯ଟା୩୦ରୁ ୧୦ଟା
ମଧ୍ୟାହ୍ନ ଭୋଜନ ସିଫ୍ଟ
ସ୍କୁଲ ସମୟ- ୧୨ଟା ୩୦ରୁ ୪ଟା ୩୦
ବିରତି- ୨ଟାରୁ ୨ଟା ୩୦