ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ, ଦୃଷ୍ଟିହୀନ ବ୍ୟକ୍ତି ବି ଜଜ୍ ହୋଇ ପାରିବେ । ଦିବ୍ୟାଙ୍ଗଙ୍କ ଅଧିକାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ନ୍ୟାୟ ବ୍ୟବସ୍ଥାକୁ ଅଧିକ ସମାବେଶି ଏବଂ ସହଜ ସରଳ କରାଯିବ । ତେଣୁ ଦୃଷ୍ଟିହୀନ ଲୋକଙ୍କୁ ଜଜ ହେବାରେ ରୋକା ଯାଇ ପାରିବ ନାହିଁ । ସୁପ୍ରିମକୋର୍ଟ ଏକ ଆଇନକୁ ରଦ୍ଦ କରି କହିଛନ୍ତି, ଦୃଷ୍ଟିହୀନ ଲୋକ ମଧ୍ୟ ଆଇନ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ହକଦାର । ଏହି ପ୍ରକ୍ରିୟା ଅକ୍ଷମ ପ୍ରତିଭାଙ୍କ ପାଇଁ ବାଧା ଉପୁଜିବ ନାହିଁ ।
ଜଷ୍ଟିସ ଜେବି ପାରଦିବାଲା ଓ ଆର ମାହେଦେବନଙ୍କ ପୀଠ କହିଛନ୍ତି, ମେଡିକାଲ୍ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା କ୍ଲିନିକଲ ଆସେସମେଣ୍ଟ କୌଣସି ଦିବ୍ୟାଙ୍ଗଙ୍କୁ ଏହାର ଅଧିକାରରୁ ବଞ୍ଚିତ କରିବାର ଆଧାର ହୋଇ ପାରିବ ନାହିଁ । ପୀଠ ଦୃଷ୍ଟିବାଧିତ ଓ ଦୃଷ୍ଟିହୀନ ଲାଭାର୍ଥୀଙ୍କୁ ନ୍ୟାୟିକ ସେବାର ନିଯୁକ୍ତିରୁ ବାହାରେ ରଖିବା ମଧ୍ୟ ପ୍ରଦେଶ ନ୍ୟାୟିକ ସେବା ନିୟମର ଏକ ଭାଗକୁ ହଟାଇ ଦେଇଛନ୍ତି ।
କୋର୍ଟ କହିଛନ୍ତି, ଦୃଷ୍ଟିହୀନ ବ୍ୟକ୍ତି ଭାରତର ନ୍ୟାୟିକ ସେବାରେ ନିଯୁକ୍ତି ପାଇଁ ଆବେଦନର ପାତ୍ର ଅଟନ୍ତି । ଏହି ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇ ବିଚାରପତି ମହାଦେବନ କହିଛନ୍ତି, ମଧ୍ୟ ପ୍ରଦେଶ ନ୍ୟାୟିକ ସେବା ନିୟମ ୧୯୯୪ର ନିୟମ ୬ଏକୁ ରଦ୍ଦ କରାଯାଉଛି । କାରଣ ଏହି ନିୟମ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ନ୍ୟାୟିକ ସେବାର ନିଯୁକ୍ତି ପ୍ରକ୍ରିୟାରୁ ବାହାରେ ରଖୁଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଦେଶର ଲକ୍ଷାଧିକ ଦୃଷ୍ଟିହୀନଙ୍କ ପାଇଁ ଆଶାର ନୂତନ କିରଣ ଜାଗ୍ରତ କରି ପାରିବ ।