ପବିତ୍ର ରାମନବମୀ ଉପଲକ୍ଷେ ଶୁଭେଚ୍ଛା । ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ସାରା ଭାରତ । ରାମମୟ ହୋଇଯାଇଛି ସାରା ପରିବେଶ । ରାମନାମରେ ପରିପୂର୍ଣ୍ଣ ସମସ୍ତ ମନ୍ଦିର । ରାମନବମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନବମୀରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ 'ଅଯୋଧ୍ୟାର ଭବ୍ୟ ଓ ଦିବ୍ୟ ମନ୍ଦିରରେ ରାମଲାଲା ବିରାଜମାନ' ଏବଂ 'ଏହା ପ୍ରଥମ ରାମ ନବମୀ, ଅଯୋଧ୍ୟା ଏବେ ଆନନ୍ଦମୟ ହୋଇଛି’ । ଅନ୍ୟପଟେ ‘ପ୍ରଭୁ ଶ୍ରୀରାମଙ୍କ ସମ୍ପୂର୍ଣ୍ଣ ଜୀବନ ମାନବ ଜାତି ପାଇଁ ପ୍ରେରଣାର ସ୍ରୋତ’ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ । ଏଥିସହ ଆଜିର ଦିନରେ ରାଷ୍ଟ୍ରନିର୍ମାଣର ସଂକଳ୍ପ ନେବାକୁ କହିଲେ ରାଷ୍ଟ୍ରପତି । ‘ସମସ୍ତଙ୍କ ଜୀବନ ଗାରିମାପୂର୍ଣ୍ଣ ସହ ସର୍ବତ୍ର ସମୃଦ୍ଧିର ସଂକଳ୍ପ ନେବା ଉଚିତ’ ବାର୍ତ୍ତା ମଧ୍ୟ ଦେଇଛନ୍ତି ।