ଆକ୍ରମଣର ଜବାବ ଦେଲା ଭାରତୀୟ ନୌସେନା । ଅଶୋଧିତ ତୈଳ ଟ୍ୟାଙ୍କର ଏସ୍ରୋମିଡା ଷ୍ଟାର ଉପରେ ଆକ୍ରମଣ କରୁଥିବା ବେଳେ ଏହାର କଡା ଜବାବ ଦେଇଛି ଭାରତୀୟ ନୌସେନା । ସଙ୍କଟାପର୍ଣ୍ଣ ତୈଳ ଟ୍ୟାଙ୍କରକୁ ଅଟକାଇ ସ୍ଥିତି ଆକଳନ କରିଥିଲେ ଭାରତୀୟ ନୌସେନା ଜାହାଜ । ସେହି ଟ୍ୟାଙ୍କରର ସ୍ଥିତିକୁ ପରଖିବାକୁ ଭାରତୀୟ ନୌସେନା ହେଲିକପ୍ଟର ଆକାଶରୁ ଅନୁସନ୍ଧାନ କରିଥିଲା। ଜାହାଜରେ ନୌସେନା ଏକ ଇଓଡି ଟିମ ମଧ୍ୟ ମୁତୟନ କରାଯାଇଥିଲାI
ସୂଚନା ଅନୁଯାୟୀ,ରବିବାର ପାନାମା ଧ୍ବଜ ଥିବା ଅଶୋଧିତ ତୈଳ ଟ୍ୟାଙ୍କର ଏସ୍ରୋମିଡା ଷ୍ଟାର ଉପରେ ଆକ୍ରମଣ କରୁଥିଲା । ଭାରତୀୟ ଯୁଦ୍ଧପୋତ ଆଇଏନଏସ କୋଜି ଏହାର ଜବାବ ଦେଇଛି । ଏଥିସହ ନୌସେନା ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା । ତେବେ ଏହି ଆକ୍ରମଣରୁ କାହାର କୌଣସି କ୍ଷତି ହେବାର ସୂଚନା ମିଳିନାହିଁ । ୨୨ ଭାରତୀୟ ନାଗରିକଙ୍କ ସମେତ ମୋଟ ୩୦ ଚାଳକଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି । ଏହି ଆକ୍ରମଣ ଲୋହିତ ସାଗରରେ ହୋଇଥିଲା I