ଯାଜପୁରରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ନାମାଙ୍କନ ଦାଖଲ ସମୟରେ ଅନେକ ପ୍ରାର୍ଥୀ ଶହ ଶହ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ବାଇକ ରାଲି କରି ନାମାଙ୍କନ ଦାଖଲ କରିଥିବାବେଳେ ନବ ନିର୍ମାଣ କୃଷକ ସଙ୍ଗଠନ ଭିନ୍ନ ଏକ ଢଙ୍ଗରେ ଶୋଭାଯାତ୍ରା କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କାନ୍ଧରେ ହଳ ଲଙ୍ଗଳ ଓ ହାତରେ ବାଉଁଶ ପାଞ୍ଚଣ ଧରି ଶୋଭାଯାତ୍ରାରେ ଯାଉଥିବାର ଦୃଶ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ସୂଚନା ଅନୁଯାୟୀ ବରୀ ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ରୂପେ ନାମାଙ୍କନ ଦାଖଲ କରିଥିବା ନିମାଇଁ ଚରଣ ରାୟ ଏଭଳି ଏକ ଢଙ୍ଗରେ ଶୋଭାଯାତ୍ରା କରି ଏବେ ଚର୍ଚ୍ଚାରେ । କୃଷକ ସଙ୍ଗଠନ ପାଖରେ ଟଙ୍କା ନଥିବାବେଳେ ନିଜେ ନିଜ ଅର୍ଥରେ ପାରମ୍ପରିକ କୃଷି ସରଞାମ ସାଙ୍ଗରେ ନେଇ କୃଷି ଓ କୃଷକ ମାନଙ୍କ ବିକାଶ କେତେ ଆବଶ୍ୟକ ତାହା ଦର୍ଶାଇବା ସହ ରାଜ୍ୟ ର ଉନ୍ନତି ଲାଗି କୃଷକ ସରକାର ଗଠନ ଲାଗି ପ୍ରୟାସ ଆରମ୍ଭ ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ନିମାଇଁ ଚରଣ ରାୟ ।
ଅଧିକ ପଢନ୍ତୁ : ଆଜି ସନ୍ଧ୍ୟାରେ କଟକରେ ଅମିତ ଶାହଙ୍କ ରୋଡ ଶୋ, ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି