ଉତ୍ତରପ୍ରଦେଶର ମେରୁଟ ସହରରୁ ଆସିଛି ଏକ ଦୁଃଖଦ ଖବର । 18 ବର୍ଷର ଜଣେ ଯୁବତୀ ଭଉଣୀ ବାହଘର ଉତ୍ସବରେ ନାଚୁଥିବା ବେଲେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେଲା ଆଉ ସେହିଠାରେ ହିଁ ତାଙ୍କର ମୃତ ହୋଇଗଲା । ତେବେ ତାଙ୍କର ମୃତର କିଛି ସମୟ ପୂର୍ବରୁ ନାଚୁଥିବାର ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡିଓରେ ରିମଶା ନାମକ ଜଣେ ଯୁବତୀ ତାଙ୍କ ଭଉଣୀ ବହାଘର ଫଙ୍କସନ୍ ରେ ଖୁବ୍ ଜୋରେ ନାଚିବାକୁ ଚେଷ୍ଟା କରୁଥିଲେ । ଆଉ ଠିକ ସେହି ସମୟରେ ସେ ତାଙ୍କ ଛାତିରେ ହାତ ରଖି ତାଙ୍କ ପାଖରେ ଠିଆ ହୋଇଥିବା ଛୋଟ ଛୁଆଟିର ହାତକୁ ଧରି ଟଳି ପଡିଥିଲେ । ଏହା ପରେ ରିମଶାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଆଉ ସେହିଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର କହିଥିଲେ ଯେ ତାଙ୍କୁ ହାର୍ଟଆର୍ଟକ ଆସିବାରୁ ତାଙ୍କର ମୃତ୍ୟ ଘଟିଛି ।
ଅଧିକା ପଢନ୍ତୁ : ସିନ୍ଦ୍ ନଦୀରେ ଓଲଟିଲା କାର : ୪ ମୃତ