ବଢ଼ିବାରେ ଲାଗିଛି ବଣୁଆ ହାତୀଙ୍କ ଆତଙ୍କ । ବାରମ୍ବାର ହାତ ଆକ୍ରମଣ ଖବର ପ୍ରକାଶ ପାଉଥିଲେ ମଧ୍ୟ ହାତୀ ଆତଙ୍କ କମିବାରେ ଲାଗୁନି କିମ୍ବା ବନବିଭାବ ହାତୀ ଆକ୍ରମଣ ରୋକିବାରେ ସଫଳ ହେଉନି । ଯାହାର ଫଳସ୍ୱରୂପ ସାଧାରଣ ଜନତାଙ୍କୁ ଅନେକ ଖୟକ୍ଷତି ସହିବାକୁ ପଡୁଛି । ସମ୍ବଲପୁର ଜିଲ୍ଲା ସଦର ବନବିଭାଗ ରେଞ୍ଜ ଅନ୍ତର୍ଗତ ଯୁଯୋମୁରା ବ୍ଳକର ବାରଲୋଇ ଗ୍ରାମରେ ବଣୁଆ ହାତୀ ଉପଦ୍ରବ ଘଟଣା ରୋକିବାରେ ବନବିଭାଗ ଫେଲ ମାରୁଛି। ଏଥିପାଇଁ ନୀତି ଦିନିଆ ଏହି ଗ୍ରାମରେ ବଣୁଆ ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇ ଦେଇଛି। ଏଥିସହ ବହୁ କ୍ଷୟକ୍ଷତି ହେଉଥିବାରୁ ଏନେଇ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ଗତକାଲି ରାତିରେ ମଧ୍ୟ ବାରଲୋଇ ଗ୍ରାମରେ ବଣୁଆ ହାତୀ ଲୋକଙ୍କ ଘର ଭାଙ୍ଗିଥିବା ନେଇ ସୁଚନା ମିଳିଛି। ସୁଚନା ଅନୁସାରେ ବାରଲୋଇ ଗ୍ରାମରେ ରହୁଥିବା ଜୟନ୍ତ ସାହୁଙ୍କ ଘରକୁ ବଣୁଆ ହାତୀ ଭାଙ୍ଗି ଦେଇଛି। ଏଥିରେ ଘରେ ଥିବା ବିଭିନ୍ନ ଜିନିଷପତ୍ର ତଥା ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି । ତେଣେ ଖବର ପାଇ ବନବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଆସିଥିବା ବେଳେ କ୍ଷୟକ୍ଷତି ଆକଳନ କରିଥିବା ନେଇ ସୂଚନା ମିଳିଛି।
ଅଧିକ ପଢନ୍ତୁ : ତାଣ୍ଡବ ରଚିଲା କାଳବୈଶାଖୀ, ଭାଙ୍ଗିଲା ଘର ଉଡିଲା ଚାଳ ଛପର