ଦେବଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟlଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ସଭାପତି ଅରୁଣ କୁମାର ସାହୁ ଓ ପୂର୍ବତନ ଜିଲ୍ଲା ସଭାପତି ମିନ କେତନ ପ୍ରଧାନ ଉପସ୍ଥିତ ଥିଲେ । ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ନିବେଦିତା ନାୟକ ଗତ ୨୨ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ଯୋଗଦାନ କରିଥିବାବେଳେ ସୋମବାର ଦେବଗଡ଼ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ବହୁତ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରlରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିବା ପ୍ରତିକ୍ରିୟା ରଖିଛନ୍ତି ନିବେଦିତା ନାୟକ ।
ଅଧିକ ପଢନ୍ତୁ : ୨୫ବର୍ଷ ଶାସନରେ ଲୋକଙ୍କୁ ପାଣି ଯୋଗାଇ ନପାରିବା, କ’ଣ ବିକାଶ?