ତାମିଲନାଡୁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ସମ୍ପତ୍ତି ପାଇଁ ପୁଅ ନେଲା ବାପାର ଜୀବନ । ପୁଅ ସମ୍ପତ୍ତି ପାଇଁ ବାପାକୁ ପୂର୍ବରୁ ବହୁତ ମାଡ଼ ମଧ୍ୟ ମାରିଛି । କିନ୍ତୁ ବାପା ପୁଅକୁ ସମ୍ପତ୍ତି ଦେବା ପାଇଁ ମନା କରିଥିବାରୁ ପୁଅ ରାଗରେ ବାପାର ଜୀବନ ନେଇଛି ।
ସୂଚନା ଅନୁସାରେ, ତାମିଲନାଡୁର ଭେପନ୍ତଥାଟାଇ ଅଞ୍ଚଳରେ ସମ୍ପତ୍ତିର ଆଶାରେ ପୁଅ ବାପା ଜୀବନ ନେଇଛି । ପୁଅ ବାପାର ସମ୍ପତ୍ତିକୁ ନିଜ ନାଁରେ କରିବା ପାଇଁ ବାପାକୁ କହିଥିଲା କିନ୍ତୁ ବାପା ସେହି କଥାରେ ଅରାଜି ହେବାରୁ ପୁଅ ବାପାକୁ ବହୁ ମାଡ଼ ମଧ୍ୟ ମାରିଥିଲା । ପୁଅର ମାଡ଼ରେ ଗତ ଏପ୍ରିଲ ୧୮ ତାରିଖରେ ବାପାର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ, ପୋଲିସ ଘଟଣାର ତଦନ୍ତ କରିଥିଲା । ତଦନ୍ତ ପରେ ଘଟଣାର ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ପୋଲିସ ଏହି ଘଟଣାର ଯାଞ୍ଚ କରିବା ସମୟରେ ସିସିଟିଭିର ଫୁଟେଜରେ କଏଦ ହୋଇଥିବା ଦୃଶ୍ୟକୁ ଆଧାର କରି ପୋଲିସ ପୁଅକୁ ଗିରଫ କରିଛି ।
ଆଗକୁ ପଢ଼ନ୍ତୁ : ଟ୍ରକକୁ ପିଟିଲା ପିକଅପ ଭ୍ୟାନ୍ : ୮ ମୃତ, ୨୩ ଗୁରୁତର