ଆଜି ହେଉଛି ବିଶ୍ୱ ଐତିହ୍ୟ ଦିବସ । ଐତିହ ସ୍ଥଳୀ ଗୁଡିକର ସ୍ୱର୍ଣ୍ଣିମ ଇତିହାସ ଓ ନିର୍ମାଣକୁ ବଂଚାଇ ରଖିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ସେଥିପାଇଁ ପ୍ରତିବର୍ଷ ଏପ୍ରିଲ ମାସକୁ ବିଶ୍ୱ ଐତିହ୍ୟ ଦିବସ ଭାବରେ ପାଳନ କରାଯାଏ । ଏହାସହ ସମଗ୍ର ମାନବ ଜାତିର ମିଳିତ ଇତିହାସ ଓ ଐତିହ୍ୟକୁ ସୁରକ୍ଷା ଦେବାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନକୁ ପାଳନ କରାଯାଏ । ଆନ୍ତର୍ଜାତିକ ସ୍ମାରକୀ ଓ ସ୍ଥଳୀ ପରିଷଦ ପକ୍ଷରୁ ୧୯୮୨ ମସିହାରୁ ଏହି ଦିବସ ଆରମ୍ଭ ହୋଇଥିଲା । ଏବଂ ୧୯୮୩ରେ ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ଏହାକୁ ସ୍ୱୀକୃତି ମିଳିଥିଲା । ତେବେ ପ୍ରତିବର୍ଷ ଏହି ଦିବସ ପାଇଁ ୟୁନେସ୍କୋ ପକ୍ଷରୁ ବିଷୟବସ୍ତୁ ରଖାଯାଇଥାଏ । ଏବଂ ଚଳିତ ବର୍ଷ ଏହି ଦିନର ବିଷୟବସ୍ତୁ ହେଉଛି ଐତିହ ଏବଂ ଜଳବାୟୁ । ଯାହା ପରିବେଶ ସୁରକ୍ଷାର ପଦକ୍ଷେପ ଓ ସାଂସ୍କୃତିକ ଐତିହ୍ୟ ମଧ୍ୟରେ ଥିବା ସମ୍ପର୍କ ଉପରେ ଗୁରୁତ୍ବାରୋପ କରୁଛି।