ବିମାନବନ୍ଦର ପରେ ସ୍କୁଲକୁ ମିଳିଲା ବୋମା ଧମକ । ପ୍ରଥମେ ଦେଶର ଅନେକ ବିମାନବନ୍ଦରକୁ ବୋମାରେ ଉଡାଇବା ପାଇଁ ଧମକ ଆସିଥିଲା । ଏବେ ଦିଲ୍ଲୀର ପ୍ରାୟ ୬ଟି ସ୍କୁଲକୁ ବୋମାରେ ଉଡାଇବା ପାଇଁ ଇ-ମେଲ୍ ଆସିଛି । ଇ-ମେଲ୍ ଆସିବା ପରେ ସ୍କୁଲରେ ଆତଙ୍କ ଖେଳିଯାଇଥିଲା । ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ସୂଚନା ଅନୁସାରେ, ବୁଧବାର ସକାଳୁ ଦିଲ୍ଲୀର ୬ଟି ସ୍କୁଲକୁ ଇ-ମେଲ୍ ସାହାଯ୍ୟରେ ବୋମା ବିସ୍ଫୋରଣ ଧମକ ମିଳିଛି ।
ଏହି ଖବର ପରେ ସ୍କୁଲ କର୍ତ୍ତୃପକ୍ଷ ଓ ପିଲାଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ତୁରନ୍ତ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଟିମକୁ ଖବର ଦିଆଯାଇଥିଲା । ଉଭୟ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଥିଲେ । ମାତ୍ର ବୋମାର କୌଣସି ସନ୍ଧାନ ମିଳିନଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ଇମେଲ୍ ସାହାଯ୍ୟରେ ପୋଲିସ ଅଭିଯୁକ୍ତକୁ ଧରିବା ତଦନ୍ତ କରୁଛି । ପୋଲିସର ପ୍ରାଥମିକ ତଦନ୍ତର ସୂଚନା ଅନୁସାରେ, ଏହି ଇମେଲ୍ ଦେଶ ବାହାରୁ ଆସିଥିବା ଜଣାପଡ଼ିଛି ।