ଲଣ୍ଡନରୁ ଉଡାଣ ଭରିଥିବା ସିଙ୍ଗାପୁର ଏୟାରଲାଇନ୍ସର ବିମାନ ମଙ୍ଗଳବାର ବ୍ୟାଙ୍କକକ୍ ରେ ଜରୁରୀକାଳୀନ ଅବତରଣ କରିଛି। ଆକାଶମାର୍ଗରେ ଟର୍ବ୍ୟୁଲାନ୍ସ ହେବା ଫଳରେ ଜରୁରୀକାଳୀନ ଅବତରଣ ହୋଇଥିବା ସୂଚନା ମିଳିଛି । ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ଯେ ବିମାନରେ ଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
କେତେ ଯାତ୍ରୀ ଆହତ ହୋଇଛନ୍ତି ତାହା ସିଙ୍ଗାପୁର ଏୟାରଲାଇନ୍ସ ସୂଚନା ଦେଇନଥିଲେ ମଧ୍ୟ ଏକାଧିକ ଆହତ ହୋଇଥିବା ସ୍ଥାନୀୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ଏଥିସହ ବିମାନ ସେବା ଏକ ବିବୃତ୍ତିରେ କହିଛି ଯେ ବୋଇଙ୍ଗ ୭୭୭-୩୦୦ଇଆର ବିମାନ ୨୧୧ ଯାତ୍ରୀ ଏବଂ ୧୮ ଜଣ କର୍ମଚାରୀଙ୍କ ସହ ସିଙ୍ଗାପୁର ଅଭିମୁଖେ ଯାଉଥିବାବେଳେ ଏହା ଜରୁରୀକାଳୀନ ଅବତରଣ କରିଥିଲା।
ବିମାନ ପକ୍ଷରୁ ସୂଚନା ଦିଆଯାଇଛି ଯେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଆମର ପ୍ରାଥମିକତା। ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଆମେ ଥାଇଲ୍ୟାଣ୍ଡର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟ କରୁଛୁ।
ଅଧିକ ପଢନ୍ତୁ : ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା : ୬ ମୃତ