ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ୨୦୨୪ । ୪ ଟି ଗ୍ରୁପରେ ବିଭକ୍ତ ହୋଇଥିବା ଏହି ମେଗା ଇଭେଣ୍ଟରେ ସମୁଦାୟ ୨୦ ଟି ଦଳ ଅଂଶଗ୍ରହଣ କରୁଛନ୍ତି । ତେବେ ଟି-୨୦ ଫର୍ମାଟରେ ବ୍ୟାଟ୍ସମ୍ୟାନ ମାନେ ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରିଥାନ୍ତି । ମାତ୍ର ୨୦ ଓଭର ମ୍ୟାଚରେ ୨୦୦ ରୁ ଅଧିକ ସ୍କୋର ହେଉଥିବାବେଳେ ଅନେକ ବ୍ୟାଟ୍ସମ୍ୟାନ ଶତକ ମଧ୍ୟ ହାସଲ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଟି-୨୦ ବିଶ୍ୱକପ ରେ ଶତକ ହାସଲ କରିଥିବା ଖେଳାଳିଙ୍କ ବିଷୟରେ ।
୧. କ୍ରିସ ଗେଲ :- ୨୦୦୭ ରେ ଆୟୋଜିତ ପ୍ରଥମ ଟି-୨୦ ବିଶ୍ୱକପରେ କ୍ରିସ ଗେଲ ଶତକ ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନସବର୍ଗରେ ଏହି ୫୭ ବଲରେ ୧୧୭ ରନ ର ଇନିଂସ ଖେଳିଥିଲେ ଯେଉଁଥିରେ ୭ ଟି ଚୌକା ଓ ୧୦ ଟି ଛକ୍କା ସାମିଲ ଥିଲା ।
୨. ସୁରେଶ ରାଇନା :- ସୁରେଶ ରାଇନା ଏକ ମାତ୍ର ଭାରତୀୟ ଖେଳାଳି ଯିଏ ଟି-୨୦ ବିଶ୍ୱକପରେ ଶତକ ହାସଲ କରିଛନ୍ତି । ୨୦୧୦ ଟି-୨୦ ବିଶ୍ୱକପରେ ରାଇନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬୦ ବଲରେ ୧୦୧ ରନ ହାସଲ କରିଥିଲେ ।
୩. ମହେଲା ଜୟୱର୍ଦ୍ଧନେ :- ଶ୍ରୀଲଙ୍କାର ଏହି ଭେଟେରାନ ଖେଳାଳି ୩ ମଇ ୨୦୧୦ ଟି-୨୦ ବିଶ୍ୱକପରେ ଜ଼ିମ୍ବାୱେ ବିପକ୍ଷରେ ୬୪ ବଲରେ ଶତକ କରିଥିଲେ ।
୪. ବ୍ରାଣ୍ଡନ୍ ମ୍ୟାକକୁଲମ୍ :- ବାଂଲାଦେଶ ବିପକ୍ଷରେ ୫୮ ବଲରେ ୧୨୩ ରନର ବିସ୍ଫୋଟକ ଇନିଂସ ଖେଳିଥିଲେ ବ୍ରାଣ୍ଡନ୍ ମ୍ୟାକକୁଲମ୍ । ୨୦୧୨ ଟି-୨୦ ବିଶ୍ୱକପରେ ପଲ୍ଲେକେଲ୍ଲେ ରେ ଏହି ଶତକ ହାସଲ କରିଥିଲେ ।
୫. ଆଲେକ୍ସ ହେଲ୍ସ :- ୨୦୧୪ ଟି-୨୦ ବିଶ୍ୱକପରେ ଇଂଲଣ୍ଡର ଆଲେକ୍ସ ହେଲ୍ସ ୬୪ ବଲ ୧୧୬ ରନ ସଂଗ୍ରହ କରିଥିଲେ ।
୬. ଅହମଦ ସେହଜାଦ :- ପାକିସ୍ତାନ ର ଅହମଦ ସେହଜାଦ ୨୦୧୪ ବିଶ୍ୱକପରେ ବାଙ୍ଗଲାଦେଶ ବିପକ୍ଷରେ ୬୨ ବଲରେ ୧୧୧ ରନ ସଂଗ୍ରହ କରିଥିଲେ ।
୭. ତମିମ ଇକବାଲ :- ୨୦୧୬ ବିଶ୍ୱକପରେ ତମିମ ଇକବାଲ ଓମାନ ବିପକ୍ଷରେ ୬୩ ବଲରେ ୧୦୩ ରନ ସଂଗ୍ରହ କରିଥିଲେ ।
୮. କ୍ରିସ ଗେଲ :- ୨୦୧୬ ବିଶ୍ୱକପରେ ୟୁନିଭର୍ସ ବସ୍ ଟି-୨୦ ବିଶ୍ୱକପରେ ବ୍ୟକ୍ତିଗତ ଦ୍ଵିତୀୟ ଶତକ ହାସଲ କରିଥିଲେ । ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଗେଲ ୪୮ ବଲରେ ୧୦୦ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ୫ ଟି ଚୌକା ଏବଂ ୧୧ ଟି ଛକ୍କା ସାମିଲ ଥିଲା ।
୯. ଯଶ ବଟଲର :- ଇଂଲଣ୍ଡର ଏହି ୱିକେଟ୍ କିପର ବ୍ୟାଟ୍ସମ୍ୟାନ ୨୦୨୧ ବିଶ୍ୱକପରେ ଏକ ଶତକ ହାସଲ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ଶାରଜହ ଷ୍ଟାଡିୟମରେ ୬୭ ବଲରେ ୧୦୧ ରନ ସଂଗ୍ରହ କରିଥିଲେ ।
୧୦. ରାଇଲି ରୁଷୋ :- ଦକ୍ଷିଣ ଆଫ୍ରିକାର ରାଇଲି ରୁଷୋ ବାଙ୍ଗଲାଦେଶ ବିପକ୍ଷରେ ୫୬ ବଲରେ ୧୦୯ ରନର ଇନିଂସ ଖେଳିଥିଲେ ।
୧୧. ଗ୍ଲେନ ଫିଲିପ୍ସ :- ୨୦୨୨ ବିଶ୍ୱକପରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଥିଲେ ଗ୍ଲେନ ଫିଲିପ୍ସ । ୬୪ ବଲରେ ୧୦୪ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୧୦ ଟି ଚୌକା ଓ ୪ ଟି ଛକ୍କା ସାମିଲ ଥିଲା ।
ଅଧିକ ପଢନ୍ତୁ : ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଲେ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଫ୍ରେଜର ମ୍ୟାକଗର୍କ