ରାମନବମୀ ଶୋଭାଯାତ୍ରାରେ ପଥର ମାଡ଼ । ଗତକାଲି ଭାରତ ବର୍ଷରେ ରାମନବମୀ ପାଳନ କରାଯାଇଛି । ଏଥିପାଇଁ ଦେଶର ସମସ୍ତ ମନ୍ଦିରରେ ରାମନବମୀକୁ ଆଡମ୍ବର ସହ ପାଳନ କରାଯାଇଛି । ଏହାରି ଭିତରେ ରାମନବମୀ ଶୋଭାଯାତ୍ରାରେ କିଛି ଲୋକ ହିଂସାକାଣ୍ଡ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ରାମ ନବମୀ ଅବସରରେ ଶୋଭାଯାତ୍ରାରେ ଦଙ୍ଗା ହେବା ସହ ପଥରମାଡ ହୋଇଛି ।
ସୂଚନା ଅନୁଯାୟୀ,ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ରେଜିନଗର ଶକ୍ତିପୁର ଅଞ୍ଚଳରେ ରାମନବମୀ ଅବସରରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ସମୟରେ କିଛି ଲୋକ ରାମ ଭକ୍ତଙ୍କ ଉପରେ ପଥର ମାଡ଼ କରିଥିଲେ । ଏହି ପଥର ମାଡ଼ ଯୋଗୁ କିଛି ଲୋକ ଆହତ ହୋଇଛନ୍ତି । ସେହି ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ପୋଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଲା । ଏହାପରେ ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସେହିପରି ମୁର୍ଶିଦାବାଦର ଶକ୍ତିପୁରରେ ରାମନବମୀ ଶୋଭାଯାତ୍ରାରେ ବିସ୍ଫୋରଣ ହୋଇ ଜଣେ ମହିଳା ଆହତ ହୋଇଛନ୍ତି । ପୋଲିସ ଆହତ ମହିଳାଙ୍କୁ ଉଦ୍ଧାର କରି ମୁର୍ଶିଦାବାଦ ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରାଇଥିଲେ । ପୋଲିସ ଘଟଣାର ଯାଞ୍ଚ କରୁଛି ତେବେ ବିସ୍ଫୋରଣ ବୋମା କି ଅନ୍ୟ କୌଣସି କାରଣ ଯୋଗୁଁ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଅଧିକ ପଢନ୍ତୁ :ବିହାର ଯୁବକଙ୍କୁ ହତ୍ୟାକଲେ ଆତଙ୍କବାଦୀ