ନିର୍ବାଚନୀ ଋତୁରେ ଶସ୍ତା ହେଲା ଏଲପିଜି ସିଲିଣ୍ଡର ଗ୍ୟାସ । ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର ଦ୍ୱିତୀୟ ଥର ପାଇଁ କମର୍ସିଆଲ୍ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ଏହି ଦର ହ୍ରାସ କେବଳ ୧୯ କେଜିଆ କମର୍ସିଆଲ(ବାଣିଜ୍ୟିକ) ସିଲିଣ୍ଡର ଉପରେ ଲାଗୁ କରାଯାଇଛି।ଆଜିଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୯ ଟଙ୍କାକୁ ହ୍ରାସ କରାଯାଇଛି। ତେବେ ଦାମ ହ୍ରାସ ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧,୭୪୫.୫୦ ଟଙ୍କାକୁ ଖସି ଆସିଛି। ସେହିଭଳି ଆଜିଠାରୁ କୋଲକାତାରେ କମର୍ସିଆଲ୍ ଏଲପିଜି ସିଲିଣ୍ଡର ୧,୮୫୯ ଟଙ୍କାରେ ଉପଲବ୍ଧ ହେବ। ମୁମ୍ବାଇର ଲୋକଙ୍କୁ ବର୍ତ୍ତମାନ ଏହି ବଡ ସିଲିଣ୍ଡର ପାଇଁ ୧,୬୯୮.୫୦ ଟଙ୍କା ଦେବାକୁ ପଡିବ, ଚେନ୍ନାଇରେ ଏହାର ମୂଲ୍ୟ ବର୍ତ୍ତମାନ ୧,୯୧୧ ଟଙ୍କା ହେବ।ଏହା ବ୍ୟବସାୟୀମାନଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି। ତେବେଏଥର ମଧ୍ୟ ଘରୋଇ ବ୍ୟବହାର ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡିଛି ।