ସେ ହେଉଛନ୍ତି କୁଇନ ଅଫ ଏଲିଫ୍ୟାଣ୍ଟ । କେହି କେହି ତାଙ୍କୁ ହାତୀଙ୍କ ପରୀ ବୋଲି ମଧ୍ୟ କହିଥାନ୍ତି । ସେ ବୁଝନ୍ତି ହାତୀଙ୍କ ଭାଷା । ଆଉ ତାଙ୍କ ଇସାରାରେ ନାଚିଥାନ୍ତି ଜଙ୍ଗଲୀ ଗଜରାଜ । କେତେବେଳେ ବଡବଡ ହାତୀ ତାଙ୍କର ବୋଲ ମାନନ୍ତି ତ ଆଉ କେତେବେଳେ ଇସାରାରେ ଉପଦ୍ରବୀ ହାତୀଙ୍କୁ କାବୁ କରନ୍ତି । ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ହାତୀ ମାହୁନ୍ତ ପାର୍ବତୀ ବରୁହା । ତାଙ୍କ ଘର ଆସାମର ଗୌରୀପୁର ଅଂଚଳରେ । ଏବଂ ବାପା ପ୍ରକୂତେଶ ବରୁହା ମଧ୍ୟ ଜଣେ ପ୍ରଖ୍ୟାତ ହାତୀ ବିଶଷଜ୍ଞ । ଜମିଦାର ପରିବାରରେ ପାର୍ବତୀ ଜନ୍ମ ହୋଇଥିଲେ ମଧ୍ୟ ସେ ସାଧାସିଧା ଜୀବନ ଅତିବାହିତ କରନ୍ତି । ଏହାସହିତ ପିଲାଟି ଦିନରୁ ହାତୀ ହେଉଛି ତାଙ୍କର ସାଥୀ ବୋଲି କହିଥାନ୍ତି । ତେବେ ୧୪ ବର୍ଷ ବୟସରୁ ଜଙ୍ଗଲୀ ହାତୀ ଉଦ୍ଧାର କରି ସେ ପ୍ରଶଂସିତ ହୋଇଥିବା ବେଳେ ୨୦୨୩ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଆଉ ଯେଉଁ ହାତୀଙ୍କୁ କାବୁ କରିବା ଦିନେ ପୁରୁଷଙ୍କ କାମ ଥିଲା ଏବେ ସେହି ହାତୀମାନଙ୍କୁ ପାର୍ବତୀ ବୋଲ ମନାଇ ପ୍ରସିଦ୍ଧି ହୋଇପାରିଛନ୍ତି ।