ମେ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଯାତ୍ରୀ ପଞ୍ଜିକରଣ । ଉତ୍ତରାଖଣ୍ଡର ଚାରିଧାମ ପାଇଁ ହେବ ଯାତ୍ରୀ ପଞ୍ଜିକରଣ । ଆସନ୍ତା ମେ ୧୦ ତାରିଖରେ ଖୋଲିବ ଉତ୍ତରାଖଣ୍ଡର ଚାରିଧାମ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ଚାରିଧାମ ଦର୍ଶନ କରିବାକୁ ଅପେକ୍ଷା କରି ରହିଥିବା ଯାତ୍ରୀମାନଙ୍କ ପାଇଁ ହେବ ଯାତ୍ରୀ ପଞ୍ଜିକରଣ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କାଉଣ୍ଟର କାମ ଆରମ୍ଭ ହୋଇଗଲାଣି ।
ତେବେ ଚଳିତ ବର୍ଷ ଯାତ୍ରୀମାନଙ୍କ ପାଇଁ ୬ ଟି କାଉଣ୍ଟର ଖୋଲାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ମେ ପ୍ରଥମ ସପ୍ତାହରୁ ଯାତ୍ରୀମାନେ କାଉଣ୍ଟରରେ ପଞ୍ଜିକରଣ କରିବେ । ଉତ୍ତରାଖଣ୍ଡରେ ମେ ୧୦ ତାରିଖରେ ଗଙ୍ଗୋତ୍ରୀ ଓ ଯାମୁନେତ୍ରୀ କୋଲିବା ସହ ଚାରିଧାମ ଯାତ୍ରା ଆରମ୍ଭ ହୋଇଯିବ । ତେଣୁକରି ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଚାରିଧାମ ପାଇଁ ଅନଲାଇନ ପଞ୍ଜିକରଣ ସୁବିଧା ଦିଆଯାଇଛି ।
ଦେବ ଭୂମି ଉତ୍ତରାଖଣ୍ଡରେ ତୀର୍ଥଯାତ୍ରା କରିବାକୁ ଆଗ୍ରହୀ ଶ୍ରଦ୍ଧାଳୁ ଗ୍ରହୀ ଶ୍ରଦ୍ଧାଳୁ ଘରେ ପଞ୍ଜିକରଣ କରିପାରିବେ । ଅନ୍ୟପଟେ ଚାରିଧାମ ଯାତ୍ରା ଆରମ୍ଭ ହେବା ମାତ୍ରେ ସେଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ବଜାୟ ରଖିବାକୁ ସମସ୍ତ ବ୍ୟବସ୍ଥା କରାଯାଉଛି । ଶ୍ରଦ୍ଧାଳୁମାନେ କିପରି ସୁବିଧାର ସହ ଦର୍ଶନ କରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ :ରାମନବମୀ ପାଇଁ ଅଯୋଧ୍ୟାରେ ବୈଠକ ପ୍ରସ୍ତୁତି