ନୂଆଦିଲ୍ଲୀ: ପଞ୍ଜାବ ସୀମା ଦେଇ ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨ ପାକିସ୍ତାନ ଅନୁପ୍ରବେଶକାରୀଙ୍କ ଉଦ୍ୟମ ବିଫଳ ହୋଇଛି । ସୀମା ସୁରକ୍ଷା ବଳର ଯବାନମାନେ ୨ ଜଣ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କୁ ନିପାତ କରିଛନ୍ତି ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ବିଏସ୍ଏଫ୍ ଯବାନମାନେ ତାରନ୍ ତାରନ୍ର ରାଜୋକେ ଅଞ୍ଚଳରେ ଦୁଇ ଜଣ ସନ୍ଦିଗ୍ଧଙ୍କ ଗତିବିଧି ଦେଖିବାକୁ ପାଇଥିଲେ ।
ଘଟିଛି। ସୀମାରେ ଲାଗିଥିବା କଣ୍ଟାତାର ବାଡ଼ ଭିତରେ ଅନ୍ଧକାରର ସୁଯୋଗ ନେଇ ପ୍ରାୟ ତିନିଜଣ ସନ୍ଦିଗ୍ଧ ପାକିସ୍ତାନୀ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ମୁତୟନ ଥିବା ଯବାନମାନେ ଥର୍ମାଲ୍ ଇମେଜିଙ୍ଗ୍ ଏବଂ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେହି ସନ୍ଦିଗ୍ଧମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ସେତେବେଳକୁ ସନ୍ଦିଗ୍ଧମାନେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିସାରିଥିଲେ।
ଯବାନମାନେ ସନ୍ଦିଗ୍ଧଙ୍କୁ ପଛଘୁଞ୍ଚା ଦେବାକୁ ଆହ୍ୱାନ କରିଥିଲେ ସୁଦ୍ଧା ସେମାନେ ଶୁଣି ନଥିଲେ । ପଛକୁ ଫେରିବା ପରିବର୍ତ୍ତେ ଅନୁପ୍ରବେଶକାରୀମାନେ ଲୁଚିବାକୁ ଚେଷ୍ଟା କରିଥିଲେ। ବାରମ୍ବାର ଚେତାବନୀ ଦିଆଯିବା ସତ୍ତ୍ୱେ, ସୁରକ୍ଷା ଦୃଷ୍ଟିରୁ ସୁରକ୍ଷାବାହିନୀ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ । ଦୁଇ ଜଣଙ୍କୁ ସୁରକ୍ଷାବାହିନୀ ଏନକାଉଣ୍ଟର କରିଥିଲେ । ଏହି ଅନୁପ୍ରବେଶକାରୀମାନେ ଏକ କିଛି ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପ୍ରବେଶ କରୁଥିବା ସନ୍ଦେହ କରଯାଉଛି । ସେମାନଙ୍କଠାରୁ ଉଦ୍ଧାର ହୋଇଥିବା ଜିନିଷପତ୍ର ସମ୍ପର୍କରେ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ତୁରନ୍ତ ସମଗ୍ର ଅଞ୍ଚଳକୁ ସିଲ୍ କରିଦିଆଯାଇଥିଲା ଏବଂ ଆଖପାଖରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା।