ରାମନବମୀ ପାଇଁ ଅଯୋଧ୍ୟାରେ ବୈଠକ ପ୍ରସ୍ତୁତି । ରାମନବମୀକୁ ଆଉ ମାତ୍ର ଦୁଇ ଦିନ ବାକି ରହିଲା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଲାଣି ଅଯୋଧ୍ୟା ନଗରୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଚଳିତ ବର୍ଷ ପ୍ରଥମ ଥର ଅଯୋଧ୍ୟା ରାମମନ୍ଦିରରେ ରାମନବମୀ ପାଳନ କରାଯିବ । ରାମନବମୀରେ ସ୍ୱତନ୍ତ୍ର ପୂଜା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଗଲାଣି । ରାମନବମୀ ପାଇଁ ସାରା ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଆୟୋଜନ କରାଯାଉଥିଲାବେଳେ ଅଯୋଧ୍ୟାରେ ମଧ୍ୟ ସ୍ୱତନ୍ତ୍ର ଅୟୋଜନକରାଯାଇଛି ।
ରାମ ନବମୀ ଅବସରରେ ପ୍ରାୟ ୨୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ପାଇପାରିବେ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିବ । ତେଣୁ ଭକ୍ତଙ୍କ ଭିଡ ପରିଚାଳନା ପାଇଁ ରାମ ମନ୍ଦିର ଟ୍ରଷ୍ଟର ଅଧିକାରୀ ଏବଂ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟର ଇଞ୍ଜିନିୟରଙ୍କ ମଧ୍ୟରେ ଏକ ବୈଠକ ପ୍ରସ୍ତୁତ କରାଯାଇଥିଲା । ଏହି ବୈଠକରେ ଭକ୍ତମାନଙ୍କୁ ସମସ୍ତ ସୁବିଧା ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ଶନିବାର ରାମନବମୀ ପାଇଁ ଟିଟିଡି ଇଓ ଏବଂ ଟ୍ରଷ୍ଟ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ରାମ ମନ୍ଦି ପରିସର ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କ୍ୟୁ ଲାଇନ, ୱାଟର ପଏଣ୍ଟ, ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟ ଇତ୍ୟାଦି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା । ଏଥିସହ ଏହିସବୁ ପରିଚାଳନାକୁ ଏକ ରିପୋର୍ଟ ଦାଖଲ କରାଯାଇଥିଲା । ଯାହାକୁ ଆଧାର କରି ଶୃଙ୍ଖଳାର ସହ ତୁଲାଯାଇ ପାରିବ ।