ଖବର ଓଡିଶା : 01/02/2023:
ଆଜି ବଜେଟ୍ ଉପସ୍ଥାପନ ପୂର୍ବରୁ ବଢିଲା ସେୟାର ମାର୍କେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସେନସେକ୍ସରେ ୨୫୦ ପଏଣ୍ଟ ବୃଦ୍ଧି ହୋଇଛି । ନିଫ୍ଟିରେ ୨୦୦ରୁ ଅଧିକ ପଏଣ୍ଟ ବୃଦ୍ଧି ହୋଇଛି । ଖାଲି ସେତିକି ନୁହେଁ ଡଲାର ତୁଳନାରେ ଟଙ୍କା ମଜଭୁତ ହୋଇଛି । ବିଏସ୍ଇରେ ସାମିଲ ୩୦ଟି ଶେଆର ଗ୍ରୀନ୍ ସଙ୍କେତ ଦେଇ ଖୋଲିଥିଲା। ବିଏସ୍ଇ ସେନସେକ୍ସ ପୁଣି ଥରେ ୪୫୦ ପଏଣ୍ଟ ବୃଦ୍ଧି ପାଇ ୬୦,୦୦୧.୧୭ରେ ଖୋଲିଥିଲା। ସେହିପରି ଏନଏସଇ ନିଫ୍ଟିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା। ନିଫ୍ଟି ୫୦୧୪୯.୪୫ ପଏଣ୍ଟ ହାସଲ କରି ୧୭,୮୧୧.୬୦ ପଏଣ୍ଟରେ ଖୋଲିଥିଲା। ପ୍ରାରମ୍ଭିକ ବାଣିଜ୍ୟରେ ବ୍ୟାଙ୍କିଙ୍ଗ୍, ଆଇଟି, ଅଟୋ ସହିତ ସମସ୍ତ ଇଣ୍ଡେକ୍ସରେ ଭଲ ଅଭିବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି।ସେପଟେ, ବଜେଟ୍ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ସରକାର ଜାନୁଆରୀ ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଜାନୁଆରରେ ଜିଏସଟି ସଂଗ୍ରହ ୧ଲକ୍ଷ ୫୫ହଜାର କୋଟି ଟଙ୍କା ଅତିକ୍ରମ କରିଛି । ୨୦୨୩ ଜାନୁଆରୀ ମାସ ୩୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଜିଏସଟି ରାଜସ୍ୱ ୧ଲକ୍ଷ ୫୫ହଜାର ୯୨୨ କୋଟି ଟଙ୍କା ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆଜି ସଂସଦରେ ଉପସ୍ଥାପନ ହେବ ୨୦୨୩-୨୪ର ଆର୍ଥିକ ବଜେଟ୍ ।