ସମ୍ବଲପୁର : ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ଓ ତାଙ୍କ ପତ୍ନୀ ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ ଦର୍ଶନ କରି ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶୀର୍ବାଦ ନେଇଛନ୍ତି।
ଆଜି ପବିତ୍ର ମହାଳୟା ଅବସରରେ ଭୋର ସମୟରେ ମା’ଙ୍କର ଧବଳମୁଖୀ ବେଶ ନୀତିକାନ୍ତି ସମ୍ପନ୍ନ ହୋଇଥିଲା, ଯାହାକୁ ରାଜ୍ୟପାଳ ଦର୍ଶନ କରିଥିଲେ।
ବର୍ଷତମାମ ସିନ୍ଦୂର ବର୍ଣ୍ଣରେ ପୂଜା ପାଉଥିବା ମା’ ସମଲେଶ୍ୱରୀ ବର୍ଷରେ ଥରେ କିମ୍ବା ମହାଳୟା ଅବସରରେ ଏହି ସ୍ୱତନ୍ତ୍ର ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସକାଳ ୫ଟାରୁ ମାଆଙ୍କ ଧବଳମୁଖୀ ବେଶର ଦର୍ଶନ ଆରମ୍ଭ ହୋଇଥିବା ବେଳେ ରାତି ୧୦.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି l ଭିଡକୁ ନଜରରେ ରଖି ଆଜି କେବଳ ୪ ନମ୍ବର ଗେଟ୍ ଦେଇ ଭକ୍ତମାନେ ମା ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ। ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।