ଚଣ୍ଡୀଙ୍କ ଅନ୍ନପୂର୍ଣ୍ଣା ରୂପରେ ଦର୍ଶନ ଦେଲେ ମା’ ଗଡ଼ଚଣ୍ଡୀ। ଷୋଡ଼ଶ ଉପଚାର ପୂଜାର ଅଷ୍ଟମ ଦିନରେ ମା’ଙ୍କ ଏହି ଦିବ୍ୟ ବେଶ ଦର୍ଶନ କରିବାକୁ ଶକ୍ତିପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ସକାଳ ମଙ୍ଗଳ ଆଳତି ପରେ ମା’ଙ୍କ ଦର୍ଶନ ପାଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି।
ଶକ୍ତିପୀଠରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ଚାଲିଛି। ଆଜି ପୂଜାର ଅଷ୍ଟମ ଦିନରେ ମା’ ଗଡ଼ଚଣ୍ଡୀ ଅନ୍ନପୂର୍ଣ୍ଣା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ଏହି ମନୋମୁଗ୍ଧକର ବେଶ ଦର୍ଶନ କରିବା ପାଇଁ ସକାଳୁ ଶକ୍ତିପୀଠରେ ଭକ୍ତଙ୍କ ଭିଡ଼ ଜମିଛି।
ମା’ ଅନ୍ନପୂର୍ଣ୍ଣାଙ୍କୁ ଅନ୍ନ ଓ ସମୃଦ୍ଧିର ଦେବୀ ଭାବେ ପୂଜା କରାଯାଏ। ମା’ଙ୍କ ଏହି ରୂପ ଭକ୍ତଙ୍କ ମନରେ ଆଧ୍ୟାତ୍ମିକ ଭାବନା ଭରିଦେଇଛି। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି।
ଅନ୍ୟପଟେ, ଆସନ୍ତାକାଲିଠାରୁ ଶକ୍ତିପୀଠରେ ଆରମ୍ଭ ହେବ ନବରାତ୍ରି ପୂଜା। ଏଥିପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବାବେଳେ ଆଗାମୀ ଦିନରେ ମା’ଙ୍କ ବିଭିନ୍ନ ବେଶ ଓ ପୂଜାନୀତି ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ବଢ଼ିବା ଆଶା କରାଯାଉଛି।