ସାଂସଦ ଭାବେ ଶପଥ ନେଲେ ସନି ଦେଓଲ, ଲଗାଇଲେ ‘ଭାରତ ମାତା କି ଜୟ’ ନାରା
Khabar Odisha:National-odisha-17th-lok-sabha-session-sunny-deol-among-new-members-administered-oath-on-second-day
ନୂଆଦିଲ୍ଲୀ,ଜୁନ୧୮(ଖବର ଓଡ଼ିଶା):

ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନର ଦ୍ଵିତୀୟ ଦିନରେ ମଧ୍ୟ ନବ ନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ ଜାରି ରହିଛି। ମଙ୍ଗଳବାର ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ବିଜେପି ସାଂସଦ ମେନକା ଗାନ୍ଧୀ, ମୁଲାୟମ ସିଂହ ଯାଦବ, ଶିରୋମଣି ଅକାଳି ଦଳର ପ୍ରମୁଖ ସୁଖବୀର ସିଂହ ବାଦଲ, ଅଭିନେତାରୁ ନେତା ହୋଇଥିବା ସନି ଦେଓଲ, ହେମା ମାଳିନୀ ସମେତ ଅନେକ ସାଂସଦ ସଦସ୍ୟତାର ଶପଥ ନେଇଛନ୍ତି। 

ଆଜି ଅଭିନେତା ସନ୍ନି ଦେଓଲ ସାଂସଦ ପଦର ଶପଥ ନେଇଛନ୍ତି। ଶପଥ ନେବା ପରେ ଭାରତ ମାତା କି ଜୟ ନାରା ଦେଇଥିଲେ। ସେ ଗୁରୁଦାସପୁରରୁ ବିଜେପି  ଟିକେଟରେ ନିର୍ବାଚିତ ହୋଇଛନ୍ତି। ମାତ୍ର ଶପଥ ନେବା ସମୟରେ ସେ ଗୋଟିଏ ଶବ୍ଦ ଭୁଲରେ ପଢି ଦେଇଥିଲେ, ଯାହାକୁ ତୁରନ୍ତ ସେ ସୁଧାର କରି ନେଇଥିଲେ। ଏହା ପରେ ଭାରତ ମାତା କି ଜୟ ନାରା ଦେଇଥିଲେ। ତାଙ୍କ ସହିତ ଅନେକ ବିଜେପି ସାଂସଦ ମଧ୍ୟ ଏହାକୁ ଦୋହରାଇଥିଲେ। 

ଏହା ପୂର୍ବରୁ ହାଇଦ୍ରାବାଦର ସାଂସଦ ଭାବେ ନିର୍ବାଚିତ ଅସଦୁଦ୍ଦୀନ ଅବୈସୀ ଆଜି ସାଂସଦ ଶପଥ ଗ୍ରହଣ ପାଇଁ ଯେତେବେଳେ ନିଜର ସିଟରୁ ଉଠିଲେ ତେବେ ବିଜେପିର କିଛି ସାଂସଦ ଜୟ ଶ୍ରୀରାମ ଓ ବନ୍ଦେ ମାତରମ ନାରା ଲଗାଇଥିଲେ। ବିଜେପି ସଦସ୍ୟଙ୍କ ଦ୍ଵାରା ଜୟ ଶ୍ରୀରାମ ନାରା ଲାଗୁଥିବା ଦେଖି ଅବୈସୀ ହାତରେ ଇସାରା କରି ଆହୁରି ଆହୁରି ଲଗାଅ ବୋଲି କହିଥିଲେ।

ଏହା ପରେ ସମାଜବାଦୀ ପାର୍ଟିର ସାଂସଦ ସଫିକୁର ରେହମାନ ଶପଥ ନେବା ପାଇଁ ଉଠିବା ବେଳେ ଗୃହରେ ବନ୍ଦେ ମାତରମ ନାରା ଲାଗିଥିଲା। ଶପଥ ଗ୍ରହଣ ପରେ ରେହମାନ ଭାରତର ସମ୍ବିଧାନ  ଜିନ୍ଦାବାଦ ନାରା ଦେଇଥିଲେ। ସେ କହିଥିଲେ ଯେ, ମୁଁ ବନ୍ଦେ ମାତରମ କହିବି ନାହିଁ। ସମ୍ଭଲର ସାଂସଦ କହିଛନ୍ତି ଯେ, ବନ୍ଦେ ମାତରମ ଇସଲାମ ବିରୋଧୀ। ଆମେ ଏହା କହି ପାରିବୁ ନାହିଁ। ଏହି ସମୟରେ ଅନ୍ୟ ସାଂସଦମାନେ ଜୋରରେ ବନ୍ଦେ ମାତରମ ନାରା ଲଗାଇଥିଲେ। କିଛି ସାଂସଦ ରେହମାନଙ୍କୁ ସାର୍ବଜନୀନ ବିରୋଧ କରିଥିଲେ।

Subscribe

National International State Sports Entertainment