ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଏକ ବଡ଼ ନିଷ୍ପତ୍ତି କ୍ରମେ ୨୦୨୬ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇ ଥର ଆୟୋଜିତ କରିବ। ଛାତ୍ର-ଛାତ୍ରୀଙ୍କୁ ନିଜ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା ଏବଂ ପରୀକ୍ଷାରେ ରେଜଲ୍ଟ ଭଲ କରିବା ଉଦ୍ଦେଶ୍ୟରେ ସିବିଏସଇ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ସିବିଏସଇ ଅନୁସାରେ, ଦଶମ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଫେବୃଆରୀ-ମାର୍ଚ୍ଚରେ ହେବ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ମେରେ ଆୟୋଜିତ ହେବ। ପରୀକ୍ଷାର୍ଥୀଙ୍କୁ ଦୁଇ ପରୀକ୍ଷାରେ ବସିବାର ସୁଯୋଗ ମିଳିବ। ମାତ୍ର ଏହା ବାଧ୍ୟତାମୂଳକ ହେବ ନାହିଁ। ଯଦି କୌଣସି ଛାତ୍ର ପ୍ରଥମ ପରୀକ୍ଷାରେ ସନ୍ତୁଷ୍ଟ ନୁହନ୍ତି ତେବେ ଦ୍ଵିତୀୟ ପରୀକ୍ଷା ଦେଇ ପାରିବେ ଏବଂ ନିଜ ମାର୍କରେ ସୁଧାର କରି ପାରିବେ।
ଛାତ୍ରଙ୍କୁ କେମିତି ମିଳିବ ଫାଇଦା
ଛାତ୍ର-ଛାତ୍ରୀଙ୍କୁ ବର୍ଷରେ ଦୁଇ ଥର ପରୀକ୍ଷା ଦେବାର ସୁଯୋଗ ମିଳିବ। ଯଦି ପ୍ରଥମ ପରୀକ୍ଷାରେ ଭଲ ମାର୍କ ରଖି ନ ପାରନ୍ତି, ତେବେ ଦ୍ଵିତୀୟ ପରୀକ୍ଷା ଦେଇ ଏଥିରେ ସୁଧାର କରି ପାରିବେ। ଏଥିରେ ଛାତ୍ର-ଛାତ୍ରୀଙ୍କ ଉପରେ ପରୀକ୍ଷା ଚାପ କମ ରହିବ ଏବଂ ସେମାନେ ବିନା ଚିନ୍ତାରେ ଆରାମରେ ପଢି ପାରିବେ।
ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ
ସିବିଏସଇ ଏହି ନିଷ୍ପତ୍ତି ନୂଆ ଶିକ୍ଷା ନୀତି(ଏନଇପି) ଆଧାରରେ ନେଇଛି। ଏହି ପ୍ରକ୍ରିୟା ଛାତ୍ର-ଛାତ୍ରୀଙ୍କ ମାନସିକତା ଏବଂ ସ୍ଵାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିଆଯାଇଛି। ଏହି ପରିବର୍ତ୍ତନରେ ପରୀକ୍ଷାର ଭୟ କମ ହେବ ଏବଂ ଛାତ୍ର-ଛାତ୍ରୀଙ୍କୁ ନିଜ ପାଠପଢା ପାଇଁ ଅଧିକ ସମୟ ସୁଯୋଗ ମିଳିବ।