ଉତ୍ତରପ୍ରଦେଶ: ଶେଷ ହୋଇ ଆସୁଛି ମହାକୁମ୍ଭ । ଇତିମଧ୍ୟରେ ପୃଥିବୀ ପୃଷ୍ଠରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୌରମଣ୍ଡଳର ସମସ୍ତ ୭ଟି ଯାକ ଗ୍ରହ ଏକାସାଥିରେ ଦୃଶ୍ୟମାନ ହେବାକୁ ଯାଉଛି ।
ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍, ଓ ନେପଚୁନ୍, ଏହି ୭ଟି ଯାକ ଗ୍ରହ ରାତି ଆକାଶରେ ଭାରତରେ ଦୃଶ୍ୟମାନ ହେବାକୁ ଯାଉଛି । ଭାରତର ଆକାଶରେ ଗ୍ରହଙ୍କ ଏହି ସ୍ଥିତି ମହାକୁମ୍ଭ ପର୍ବର ମହତ୍ୱକୁ ବଢାଇଛି । ଅନେକ ବିଶ୍ୱାସ କରନ୍ତି ଯେ, ଏହି ମହାଜାଗତିକ ଘଟଣା ଆଧ୍ୟାତ୍ମିକ ଶକ୍ତିକୁ ବଢାଇଥାଏ ।
ଗତ ଜାନୁୟାରୀରେ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍, ଓ ନେପଚୁନ ଦୃଶ୍ୟମାନ ହେବା ସହ ଆରମ୍ଭ ହୋଇଥିଲା ଏହି ଗ୍ରହମାନଙ୍କର ପରେଡ଼୍ । ଏବେ ଫେବୃୟାରୀରେ ବୁଧ ସେମାନଙ୍କ ସହ ଯୋଗ ଦେବା ପରେ ଏହି ପରେଡ଼୍ ଏବେ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଫେବୃୟାରୀ ୨୮ ଶୁକ୍ରବାରରେ ଏହି ୭ଟି ଯାକ ଗ୍ରହ ସୂର୍ଯ୍ୟଙ୍କର ଗୋଟିଏ ପାଶ୍ୱରେ ଏକାଠି ହେବେ । ସମସ୍ତ ଗ୍ରହ ଗୋଟିଏ ଧାଡିରେ ରହିବେ ।
ଅଧିକ ପଢନ୍ତୁ: ମହାଶିବରାତ୍ରି ପାଇଁ ମହାକୁମ୍ଭରେ ସ୍ୱତନ୍ତ୍ର ବ୍ୟବସ୍ଥା, ୧ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା
ଗ୍ରହମାନଙ୍କର ଏହି ପରେଡ ସମୟରେ ଖାଲି ଆଖିରେ ୫ଟି ଗ୍ରହ ଦେଖାଯିବ । ଏହି ୫ଟି ଗ୍ରହଗୁଡ଼ିକ ହେଉଛି, ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଓ ଶନି । କିନ୍ତୁ ୟୁରାନସ୍, ନେପଚୁନ୍ ଖାଲି ଆଖିରେ ଆପଣଙ୍କୁ ଦେଖାଯିବ ନାହିଁ । ୟୁରାନସ୍ ଓ ନେପଚୁନ୍ କୁ ଦେଖିବା ପାଇଁ ଆପଣଙ୍କୁ ବାଇନାକୁଲାର ବା ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡ଼ିବ । କାରଣ ୟୁରାନସ୍ ଓ ନେପଚୁନ୍ ଏହି ୨ଟି ଗ୍ରହ ହେଉଛନ୍ତି ଗ୍ରାସୀୟ ଗ୍ରହ ।