କୋଲକାତା: ଲୋକମାନେ ଦେଖି ଦେଇଛନ୍ତି ସନାତନ ଧର୍ମ ଶକ୍ତି କଣ ଅଟେ । ସେଥିପାଇଁ ଗର୍ବରେ କୁହ ଆମେ ସନାତନୀ । କିଏ କଣ କହୁଛି ମୋର ସେଥିରେ ଯାଏ ଆସେ ନାହିଁ । ମୁଁ ଯାହା ଦେଖୁଛି, ତାହାହିଁ କହୁଛି । ପ୍ରୟାଗରାଜ ମହାକୁମ୍ଭକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟକୁ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ।
ପ୍ରୟାଗରାଜ ମହାକୁମ୍ଭ ମେଳାକୁ ନେଇ ଦୁଇ ବରିଷ୍ଠ ରାଜନେତା ମୁହାଁମୁହିଁ ହୋଇଛନ୍ତି । ମମତା ବାନାର୍ଜୀ ରୋକ୍ ଠୋକ୍ ଜବାବ ଦେଇଛନ୍ତି ମିଥୁନ ଚକ୍ରବର୍ତ୍ତୀ । ମିଥୁନ କହିଛନ୍ତି, “ସିଏ (ମମତା ବାନାର୍ଜୀ) ଯାହା କହିବେ ସବୁ କିଛି କଣ ଭୁଲ ଅଟେ ? ଯାହା ଆଖି ଦେଖୁଛି ତାହା ବି କଣ ଭୁଲ ଅଟେ ? ୭୦ କୋଟି ଲୋକ ଏଠାକୁ ଆସିଛନ୍ତି ପୂଣ୍ୟ ସ୍ନାନ କରିବାକୁ, କଣ ଏହା ବି ଭୁଲ ଅଟେ ? ବାସ ଏତିକି ଜାଣି ରଖ ଲୋକେ ଦେଖି ଦେଲେ ସନାତନର ଶକ୍ତି କଣ ଅଟେ । ସେଥିପାଇଁ ସମସ୍ତେ ଗର୍ବରେ କୁହ ଆମେ ସନାତନୀ । କିଏ କଣ କହୁଛି ସେଥିରେ ମୋତେ କିଛି ଫରକ ପଡ଼ୁ ନାହିଁ । ମୁଁ ଯାହା ଦେଖୁଛି ତାହା ହିଁ କହୁଛି”।
ଏଠାରେ ଉଲ୍ଲେଖ ଯୋଗ୍ୟ, ମମତା ବାନାର୍ଜୀ ମଙ୍ଗଳବାର କହିଥିଲେ, ୧୪୪ ବର୍ଷ ପରେ ମହାକୁମ୍ଭ ଆସିବ ଏହା ଠିକ୍ ନୁହେଁ । ଯଦି ମୁଁ ଭୁଲ ହୁଏ ତେବେ ମୋତେ ସୁଧାରିବ । ଯେତେ ଦୂର ମୁଁ ଜାଣିଛି, ପବିତ୍ର ସ୍ନାନର ବ୍ୟବସ୍ଥା ପ୍ରତିବର୍ଷ ହୁଏ। ଆମେ ଗଙ୍ଗାସାଗର ମେଳା ଆୟୋଜନ କରୁ। ତେଣୁ ମୁଁ ପବିତ୍ର ସ୍ନାନ ବିଷୟରେ ଜାଣେ। ମୁଁ କେବେ ମହାକୁମ୍ଭରେ ପବିତ୍ର ସ୍ନାନ କରୁଥିବା ତୀର୍ଥଯାତ୍ରୀମାନଙ୍କ ବିଷୟରେ କହିନାହିଁ, ମୁଁ ସେମାନଙ୍କୁ ସମ୍ମାନ କରେ। ମୁଁ ସେଠାରେ ବ୍ୟବସ୍ଥା ଏବଂ ପ୍ରସ୍ତୁତି ବିଷୟରେ କହୁଛି। ଯଦି କୌଣସି ଯୋଜନା ନାହିଁ, ତେବେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେବେ। ମୁଁ ନିବେଦନ କରୁଛି ଯେ ଯୋଗୀ ସରକାର ୨୦୨୫ ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ କ୍ଷତିପୂରଣ ଦେବା ଉଚିତ”।