ଆନ୍ଧ୍ରପ୍ରଦେଶ: ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ସାରା ଦେଶ । ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଆଜି ଜାଗର ପାଇଁ ସାରା ରାତି ଉଜାଗର ରହି ଦୀପ ଜାଳିବେ ଶ୍ରଦ୍ଧାଳୁ । ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ବିଭିନ୍ନ ଶୈବପୀଠ । ମାଟିରୁ ଆକାଶ ଆଜି ସବୁଠି ଶିବମୟ ହୋଇଉଠିଛି । ଏହାରି ଭିତରେ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସୁଛି ।
ଚଳିତ ଶିବରାତ୍ରିକୁ ସ୍ବତନ୍ତ୍ର କରିବାକୁ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ୧୦୦୮ କେଜି ବୁନ୍ଦି ଲଡୁରେ ତିଆରି ହୋଇଛି ଶିବଲିଙ୍ଗ । ଏହାର ଲମ୍ବ ୬ ଫୁଟ୍ ଥିବାବେଳେ, ଓସାର ୫ ଫୁଟ୍ ରହିଛି । ସ୍ଥାନୀୟ ପେରେଚାଲା କୈଳାଶଗିରି କ୍ଷେତ୍ରମ ଉତ୍ସବ କମିଟି ପକ୍ଷରୁ ଜାଗର ଉପଲକ୍ଷେ ଏହି ବିଶାଳ ଶିବଲିଙ୍ଗ ତିଆରି କରାଯାଇଛି ।
ଅଧିକ ପଢନ୍ତୁ: ଶିବରାତ୍ରୀରେ ଆରଡ଼ି ପୀଠ ପାଇଁ ବଡ଼ ଘୋଷଣା; ଆଖଣ୍ଡଳମଣିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ୧୦ କୋଟିର ସହାୟତା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ
ତେନାଲି ମିର୍ଚି ସ୍ନାକ୍ସ ଟିମ୍ ଏହି ବୁନ୍ଦି ଶିବଲିଙ୍ଗ ତିଆରି କରିଛି । ତେନାଲି ଟାଉନ୍ ସ୍ଥିତ ଚେନୁପେଟ୍ ବଜାରରେ ଏହାକୁ ଲୋକଙ୍କ ପାଇଁ ପ୍ରଦର୍ଶିତ କରାଯାଇଛି । ଆଉ ପ୍ରଦର୍ଶନ ହେବା ପରେ ଏହାକୁ ଦେଖିବାକୁ ଲାଗିଛି ଲୋକଙ୍କ ପ୍ରବଳ ଭିଡ ଲାଗିଛି ।